ଗୁଡ଼ିଆଳି ଠାରେ “ପଞ୍ଚାୟତ ପ୍ରତିଭା” କାର୍ଯ୍ୟକ୍ରମ ଅନୁଷ୍ଠିତ l

0
703

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଡ଼ିଆଳି ଗ୍ରାମର କର୍ମବୀର ଯୁବକ ସେବା ସଙ୍ଘ ତରଫରୁ “ପଞ୍ଚାୟତ ପ୍ରତିଭା ” ନାମକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସଂଘ ସଭାପତି ଉଗ୍ରସେନ ସେଠୀଙ୍କ ତତ୍ତ୍ୱlବଧlନ ଏବଂ କାର୍ଯ୍ୟକ୍ରମର ସଭାପତି ତଥା ଗ୍ରାମର ସରପଞ୍ଚ ଶ୍ରୀଯୁକ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁଡ଼ିଆଳି ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରବିନ୍ଦ୍ରନାଥ ମିଶ୍ର ମୁଖ୍ୟ ଅତିଥି , ଗ୍ରାମର ଯୁବ ଅଧ୍ୟାପକ ଶ୍ରୀଯୁକ୍ତ ଜିତେଶ ରାଓ ଦୋରା ମୁଖ୍ୟ ବକ୍ତା ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟ କାମନା କରିଥିଲେ l ଅନ୍ୟ ଅତିଥି ବୃନ୍ଦ ଶ୍ରୀଯୁକ୍ତ ଚୌଧୁରୀ ରାଜ ଭୂୟାଁ, ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ଜେନା ଉପସ୍ଥିତ ରହି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ୨୦୧୮ /୧୯ ବର୍ଷର ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ପ୍ରଥମ ୧୦ ଜଣ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଦେବାସହିତ ଚଳିତ ବର୍ଷର ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ l ତତ ସହିତ ଗୁଡ଼ିଆଳି ପଂଚାୟତ ର ୯୦% ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ଗ୍ରାମର ହରିଜନ ସାହି ପ୍ରାଥମିକ ବିଦ୍ୟାଳୟର ଜଣେ ସାଧାରଣ ଶିକ୍ଷକ ଶ୍ରୀଯୁକ୍ତ ସୁମନ୍ତ କୁମାର ଚର୍ଚ୍ଚି ୫୦୦୦/- ଲେଖାଏଁ ପୁରସ୍କାର ଦେଇ ପିଲାମାନଙ୍କୁ ପ୍ରେରଣା ଦେଇଥିଲେ l ପରିଶେଷରେ ସଂଘ ତରଫରୁ କୁନି କୁନି ପିଲାମାନଙ୍କୁ ନେଇ ହୋଇଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଘ ର ଅନ୍ୟ କର୍ମକର୍ତା ସୁଚାରୁରୂପେ ପାଳନ କରିଥିଲେ l

LEAVE A REPLY

Please enter your comment!
Please enter your name here