ଗାନ୍ଧୀ ଆଦର୍ଶ ରେ ସମ୍ମାନୀତ ହେଲେ କନ୍ଧମାଳ ସମାଜସେବୀ ଅକ୍ଷୟ କୁମାର କର୍ଣ୍ଣ ।

0
1032

କନ୍ଧମାଳ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ରତଙ୍ଗ ଜାର୍ଗୀପଦର ଗାଁର ଅକ୍ଷୟ କୁମାର କର୍ଣ୍ଣଙ୍କୁ ଗାନ୍ଧୀ ଆଦର୍ଶ ସମ୍ମାନରେ ସମ୍ମାନିତ କରାଯାଇଛି। ଭୂବନେଶ୍ବର ସ୍ଥିତ ଶ୍ରୀଜଗନ୍ନାଥ ସେବାସଦନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅକ୍ଷୟଙ୍କୁ ‘ ଗାନ୍ଧୀ ସ୍ବଚ୍ଛତା ସମ୍ମାନରେ” ସମ୍ବର୍ଦ୍ଧିତ କରାଯାଇଥିଲା।ମୂଖ୍ୟ ଅତିଥି ଭାବରେ ଭୂବନେଶ୍ବରର ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟସାଣୀଙ୍କ କରକମଳରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।ଅକ୍ଷୟ ଏହି ସମ୍ମାନ ପାଇବା ପରେ ସମଗ୍ର କନ୍ଧମାଳରେ ଖୁସିର ଲହରୀଖେଳିଯାଇଛି।ଅକ୍ଷୟ ଏକାଧାରାରେ ଜଣେ ସୁ ସାହିତ୍ୟିକ କଳାକାର ଓ ସମାଜସେବୀ ଭାବରେ ବେଶ୍ ଜଣାଶୁଣା ବର୍ତ୍ତମାନ କନ୍ଧମାଳ କଳା ଓସଂସ୍କୃତି ସଂଘର ଜିଲ୍ଲା ସଭାପତି ଭାବେ କାର୍ଯ୍ୟରତ ।କଳା ଓ ସଂସ୍କୃତି ସଂଗଠକ ଭାବରେ ଲୋକଙ୍କ ପାଇଁକାମ କରୁଛନ୍ତି ଏବଂ କଳା ସଂସ୍କୃତି ଓ ପରମ୍ପରାକୁ ଉଦ୍ ଜୀବିତ ପାଇଁ ଉଦ୍ୟମ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here