ଯୁବ ରେଡ କ୍ରସ ତରଫରୁ ଅନ୍ ଲାଇନ କରୋନା ପ୍ରଶିକ୍ଷଣ

0
356

ଭଞ୍ଜନଗର(ନିଲୁ ବିଶୋଇ)ସମଗ୍ର ବିଶ୍ୱ ରେ କରୋନା ମହାମାରି ଦ୍ରୁତ ଗତି ରେ ନିଜର କାୟା ବିସ୍ତାର କରିଥିବା ବେଳେ ସମଗ୍ର ଓଡିଶା ସହିତ ଗଞ୍ଜାମ ଜିଲ୍ଲା ରେ ମଧ୍ୟ କରୋନା ପଜିଟିଭ ସଂଖ୍ୟା ଘୁ ଘୁ ହୋଇବଢ଼ିଚାଲିଛି l ଯାହା ଫଳରେ କରୋନା ବୃଦ୍ଧି କୁ ନିୟନ୍ତ୍ରଣ କରିବା ସହିତ ସମାଜରେ ଲୋକଙ୍କୁ କରୋନା କବଳରୁ ରକ୍ଷା ପାଇବା ନିମନ୍ତେ ସମାଜରେ ବିଭିନ୍ନ ସ୍ବେଛାସେବୀ ସଂସ୍ଥା ପ୍ରତିଦିନ ବିଭିନ୍ନ ପ୍ରକାର ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ କରୁଛନ୍ତି l ସେହିପରି ଗଞ୍ଜାମ ଜିଲ୍ଲା ଯୁବ ରେଡ କ୍ରସ ତରଫରୁ ଅନ୍ ଲାଇନ କରୋନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭଞ୍ଜନଗର ଠାରେ ଆରମ୍ଭ କରାଯାଇଛି l ଯୁବ ରେଡ କ୍ରସ ର ସଭ୍ୟମାନେ ଭଞ୍ଜନଗର ରୁ ଅନଲାଇନ ମାଧ୍ୟମ ରେ ଦେଶ ବିଦେଶ ରେ ରହୁଥିବା ଅନେକ ଲୋକ କୁ ପ୍ରଶିକ୍ଷଣ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ 90 ଜଣ ଅଂଶଗ୍ରହଣ କରିଥିଲେ l ଗଞ୍ଜାମ ଜିଲ୍ଲା ଯୁବ ରେଡ କ୍ରସ ସଂଯୋଜକ ପ୍ରାଧ୍ୟାପକ ବି. ଗୋବିନ୍ଦ ରାଓ ଙ୍କର ସଂଯୋଜନା ରେ ରାଜ୍ୟ ଯୁବ ରେଡ୍ କ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ଉଦ୍ଘାଟନ ବକ୍ତବ୍ୟ ପ୍ରଦାନ କରିଥିଲେ l ଅରୁଣା ଅନୁଷ୍ଠାନ ର ମୁଖ୍ୟ ଲୋକନାଥ ମିଶ୍ର ସାଧନ ବ୍ୟକ୍ତିତ୍ୱ ହିସାବରେ କରୋନା କାରଣ ନିରାକରଣ ସହିତ ସମସ୍ତ ପ୍ରଶ୍ନ ଉତ୍ତର ପ୍ରଦାନ କରିଥିଲେ l ଯୁବ ରେଡ କ୍ରସ ରାଜ୍ୟ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର, ଯୁବ ରେଡ କ୍ରସ ର ସମସ୍ତ ସ୍ବେଛାସେବୀ ଙ୍କର ଭୂମିକା ସମ୍ପର୍କ ରେ ବୁଝାଇଥିଲେ l ଅନଲାଇନ ପ୍ରଶିକ୍ଷଣ ର ସମସ୍ତ ବୈଷୟୀକ ନିୟନ୍ତ୍ରଣ ଯୋଗମାୟା ମିଶ୍ର କରିଥିଲେ l ଶେଷରେ ଯୁବ ରେଡ କ୍ରସ ଜିଲ୍ଲା ସମ୍ପାଦକ ଅଧ୍ୟାପକ ମନୋରଞ୍ଜନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here