ମୁଦୁଲିପଲ୍ଲୀ ରେ ଆମ ପୋଲିସ ସମିତି ବୈଠକ

0
216

ଭଞ୍ଜନଗର: ଭଞ୍ଜନଗର ବ୍ଲକ ମୁଦୁଲିପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ଥାନା ଅଧିକାରୀ ଧିରେସ କୁମାର ଦାସ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡ଼. କୃତ୍ତିବାସ ବିଶ୍ୱାଳ, ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଶିକ୍ଷକ ନେତା ଜଗବନ୍ଧୁ ଜେନା, ସରପଞ୍ଚ କାହ୍ନୁ ଚରଣ ପ୍ରଧାନ, ସମିତି ସଭ୍ୟ ଲଷ୍ମୀ ନାରାୟଣ ସ୍ୱାଇଁ ଉପସ୍ଥିତ ଥିଲେ।ଅନୁପମ ବାନାର୍ଜୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ଗୁଣୀ ଗାରେଡି,ଅନ୍ଧ ବିଶ୍ୱାସ, ଘରୋଇ ହିଂସା,ଟ୍ରାଫିକ ସମସ୍ୟା,କମ ବୟସ୍କ ପିଲାଙ୍କୁ ଗାଡ଼ି ନଦେବା,ବୟସ୍କ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା,ପୁଲିସକୁ ଭୟ ନକରି କୌଣସି ଅଘଟଣ ଆଶଙ୍କା ଥିଲେ ପୁଲିସକୁ ସୂଚନା ଦେବା ଓ ସହଯୋଗ କରିବା ଭଳି ଘଟଣା ସମ୍ପର୍କରେ ଅତିଥିମାନେ ବିଭିନ୍ନ ଉଦାହରଣ ଦେଇ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା, ରବି ନାରାୟଣ ମହାନ୍ତି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here