ଡାବୁଗାଁ ସାମ୍ବାଦିକ ସଙ୍ଘ ତରଫରୁ ନୂତନ ବିଡିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0
571

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ନୂତନ ବିଡିଓ ଭାବେ ଶରତ ମାଝୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଥି ପୂର୍ବରୁ ଶ୍ରୀ ମାଝା କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରିଥିଲେ । ଏଠାରେ ଥିବା ବିଡ଼ିଓ ରଞ୍ଜିତା ମେରି ନାୟକଙ୍କୁ ସେମିଳିଗୁଡ଼ା ବ୍ଲକ୍ ବଦଳି ହୋଇଛି । ଚଳିତ ମାସ ୧୭ ତାରିଖରେ ଡାବୁଗାଁ ବିଡିଓ ରଞ୍ଜିତା ମେରି ନାୟକଙ୍କୁ ସେମିଳିଗୁଡ଼ା ବ୍ଲକ୍ ବଦଳି ହେବା ପରେ କୋଷାଗୁମୁଡ଼ା ବ୍ଲକ୍ ଏବିଡିଓ ବିଶ୍ୱନାଥ ରାଉତଙ୍କୁ ଡାବୁଗାଁ ବିଡିଓ ଭାବେ ଅତିରିକ୍ତ ଦାୟିତ୍ବ ଦିଆ ଯାଇଥିଲା । ନୂତନ ବିଡିଓ ଶରତ ମାଝୀ ଡାବୁଗାଁ ବ୍ଲକ୍ କାର୍ଯ୍ୟାଳୟରେ ଯୋଗଦାନ ଦେବାପରେ ଡାବୁଗାଁ ସାମ୍ବାଦିକ ସଙ୍ଘ ତରଫରୁ ନୂତନ ବିଡିଓଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ।ଏହି ସମୟରେ ଉପସ୍ଥିତ ଥିଲେ ।ଏଥିରେ ସାମ୍ବାଦିକ ସଙ୍ଘ ର ସଭାପତି ପ୍ରଜ୍ଞା ରଞ୍ଜନ ପରିଡ଼ା ସମ୍ପାଦକ ମିହିର ଶଙ୍କର ପାତ୍ର, ,ବରିଷ୍ଠ ସାମ୍ବାଦିକ ରବିନାରାୟଣ ମହାନ୍ତି , ସହ ସମ୍ପାଦକ ଗଗନ ଗନ୍ତାୟତ ଓ କୋସାଧକ୍ଷ ସୁଶାନ୍ତ କୁମାର ପଣ୍ଡା ବୁଜି ରାଓ ଏବଂ ଅନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here