ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଉଞ୍ଜୁ ଗ୍ରାମର ପି.ଇ.ଓ ଙ୍କ ତତ୍ତ୍ଵାବଧାନରେ କୋଭିଡ୍ ଯୋଦ୍ଧା ଙ୍କ ଉଦ୍ଧେଶ୍ୟରେ ନୀରବ ପ୍ରାର୍ଥନା

0
306

ବ୍ରହ୍ମପୁର(ଶଙ୍କର ରଣା) କରୋନା ମହାମାରୀର ଘଡିସନ୍ଧି ମୁହୂର୍ତ୍ତରେ ନିଜ ଘର ପରିବାରକୁ ଭୁଲି ତ୍ଯାଗ ଓ ସମର୍ପଣ ମନୋଭାବ ଘେନି ଦିନ ରାତି ଅନବରତ ଭାବେ ଡ଼ାକ୍ତର, ପାରାମେଡ଼ିକାଲ୍ କର୍ମଚାରୀ, ପୋଲିସ୍, ଅଙ୍ଗନବାଡ଼ି ଓ ଆଶା କର୍ମୀ ଆଦି କୋଭିଡ୍ ଯୋଦ୍ଧାମାନେ ନିଜ ଶ୍ରମ ଦାନ କରିଚାଲିଛନ୍ତି । ସେମାନଙ୍କ ଏହି ନିଃସ୍ୱାର୍ଥପର ମହତକାର୍ଯ୍ଯ ପାଇଁ ସମଗ୍ର ଓଡ଼ିଶା ଏବଂ ଓଡ଼ିଶାବାସୀ ଚିରଋଣୀ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିବା ସହ ୫ତାରିଖ ସଂଧ୍ୟା ୬ଘଟିକାରେ ନିଜ ଘରେ ତଥା ଯିଏ ଯେଉଁଠାରେ ବି ଥାନ୍ତୁ ସେହିଠାରେ ଠିଆ ହୋଇ କୋଭିଡ଼ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା ସହ କୋଭିଡ ଯୋଦ୍ଧା ଙ୍କୁ ଉତ୍ସାହିତ କରିବା ପାଇଁ ଶପଥ କାର୍ଯ୍ୟକ୍ରମ ରେ ଭାଗ ନେବାକୁ ସାଢ଼େ୪ କୋଟି ଓଡିଶାବାସୀଙ୍କୁ ନିବେଦନ କରିଥିଲେ।ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ନାନକ୍ରମେ ଆଜି ସଂଧ୍ଯା ୬ ଘଣ୍ଟିକାରେ ଗଉଞ୍ଜୁ ଗ୍ରାମର ସରପଞ୍ଚଙ୍କ ନେତୃତ୍ୱରେ ଗଉଞ୍ଜୁ ଗ୍ରାମପଞ୍ଚାୟତ କାର୍ଯ୍ଯାଳୟରେ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ୧ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ଯକ୍ରମରେ ଗଉଞ୍ଜୁ ଗ୍ରାମର ସରପଞ୍ଚ ବାସନ୍ତୀ ମହାରଣା, Peo ନିରଞ୍ଜନ ଖାଡ଼ଙ୍ଗା, ସନ୍ତୋଷ ବେହେରା, କାଳିଆ ରଣା, ତରାଇ ଗଉଞ୍ଜୁ ଗ୍ରାମର ଶିକ୍ଷୟିତ୍ରୀ ଗୀତା ମାଝୀ, ଶଙ୍କର ରଣା ଏବଂ ଗଉଞ୍ଜୁ ଗ୍ରାମର ଅଙ୍ଗନୱାଡି କର୍ମୀ ଗଣ ଆଦି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ।

LEAVE A REPLY

Please enter your comment!
Please enter your name here