ସ୍ଥାନୀୟ ପୂର୍ବତନ କର୍ପୋରେଟରଙ୍କ ଦ୍ୱାରା ହରିଡାଖଣ୍ଡି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ

0
807

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବହୁ ଦିନ ଧରୀ ହରିଡଖଣ୍ଡି ପୋଖରୀ ପୁନରୁଦ୍ଧାର ନହୋଇ ଅଳିଆ ଆବର୍ଜନା ଭିତରେ ପଡିରହିଥିଲା,ଏହି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଆଗକୁ କାର୍ତ୍ତିକ ମାସ ଆସୁଥିବା ଯୋଗୁଁ ସ୍ଥାନୀୟ ଅଂଚଳ ଓ ବହୁ ଦୂର ଦୁରନ୍ତରୁ ଲୋକେ ଏହି ପୋଖରୀ ଉପରେ ନିର୍ଭର କରିଥାନ୍ତି। ଯାହାକୁ ସ୍ଥାନୀୟ ପୂର୍ବତନ କର୍ପୋରେଟର ତଥା ମହାନଗର ବିଜେଡି ସମ୍ବାଦକ ଉଦ୍ଧବ ବିଷୋୟୀଙ୍କ ତତ୍ୱବୋଧନରେ ଏହି ପୋଖରୀର ପୁନରୁଦ୍ଧାର କରାଯାଇଛି। ପୋଖରୀରେ ଭରୀ ହୋଇ ରହିଥିବା ପଙ୍କ ଓ ଅଳିଆ ଆବର୍ଜନାକୁ ବ୍ରହ୍ମପୁର ମହାନଗର ନିଗମର ଗାଡି ସହାର୍ଯ୍ୟରେ ବାହାର କରାଯିବା ସହ ପୋଖରୀ ପାଣି କିଭଳି ସ୍ୱଚ୍ଛ ରହିବ ସେନେଇ ଉଦ୍ୟମ କରାଯାଇଥିଲା। ପ୍ରତ୍ୟକ ଦିନ ଏହି ପୋଖରୀ ଉପରେ ଶହ ଶହ ସ୍ଥାନୀୟ ବାସିନ୍ଦା ନିର୍ଭର କରୁଥିବା ବେଳେ ପୋଖରୀର ପୁନରୁଦ୍ଧାର ହୋଇପାରୁନଥିବା ଯୋଗୁଁ ପୋଖରୀର ପାଣି ଦୂଷିତ ହୋଇପଡିଥିଲା । ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଥିଲା। ବର୍ତ୍ତମାନ କାର୍ତ୍ତିକ ମାସ ଆରମ୍ଭ ହେବାକୁ ଥିବା ବେଳେ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହୋଇଥିବାରୁ ପୂର୍ବତନ କର୍ପୋରେଟର ଉଦ୍ଧବ ବିଷୋୟୀଙ୍କୁ ସ୍ଥାନୀୟ ଅଂଚଳବାସୀ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here