ଉଦଘାଟନ ଠାରୁ ତାଲା ଝୁଲୁଛି ପାର୍କରେ;ଜନ ଅସନ୍ତୋଷ ବୃଦ୍ଧି, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବୀ।

0
783

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ରାଜ୍ୟ ସରକାରଙ୍କ ଉନ୍ନତି ଯୋଜନାରେ ବ୍ରହ୍ମପୁର ସହରରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଛି ବ୍ରହ୍ମପୁର ମହାନଗର ନିଗମ। ସହରରେ ଥିବା ପାର୍କ ଗୁଡିକର ସୌନ୍ଦର୍ଯ୍ୟକରଣ ଓ ବିକାଶକୁ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ନିଗମର୩୩ନମ୍ବର ୱାର୍ଡ ଅନ୍ତର୍ଗତ ଗଜପତିନଗର ୧୦ମ ଲାଇନରେ ୫ଲକ୍ଷ ଟଙ୍କା ବ୍ୟୟରେ ନୂତନ ପାର୍କ ନିର୍ମାଣ କରାଯାଇଛି। ସେଥିରେ ବ୍ୟାୟାମ କରିବା ପାଇଁଅବଶ୍ୟଜ ସମସ୍ତ ସରଞ୍ଜାମ ସ୍ଥାପନ ମଧ୍ୟ କରାଯାଇଛି।
ଏହି ନୂତନ ପାର୍କ ନିର୍ମାଣକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଗତ ଅଗଷ୍ଟ ୩୧ତାରିଖ ସ୍ୱାୟତ୍ତଶାସନ ଦିବସ ପାଳନ ଅବସରରେ ଏହି ନବନିର୍ମିତ ପାର୍କକୁ ଉଦଘାଟନ ମଧ୍ୟ କରିଥିଲେ ସ୍ଥାନୀୟ ବିଧାୟକ ଓ ଲୋକସଭା ସାଂସଦ। ତେବେ ଦୁଃଖ ଓ ପରିତାପର ବିଷୟ ଉଦଘାଟନ ପର ଠାରୁ ଏହି ପାର୍କରେ ତାଲା ଝୁଲୁଥିବାରୁ ଲୋକଙ୍କ ସେବାରେ ଆସିପାରୁନାହିଁ ପାର୍କ ଓ ବ୍ୟାୟାମ କେନ୍ଦ୍ର। ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଲାଗିରହିଛି। କେବଳ ଏତିକି ନୁହଁ ବରଂ ପାର୍କର ମୁଖ୍ୟ ଫାଟକରେ ତାଲା ପଡିଥିବା କାରଣରୁ ପାଚେରୀ ଡେଇଁ ପିଲାମାନେ ପାର୍କ ଭିତରେ ପ୍ରବେଶ କରୁଥିବାରୁ କେତେବେଳେ ଯେ କିଛି ଅଘଟଣ ଘଟିବ ତାହାର ଆଶଙ୍କା ମଧ୍ୟ ରହିଛି।ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ ଅଞ୍ଚଳବାସୀ ପଚାରିବାରୁ ତାଙ୍କର ବକେୟା ପ୍ରାପ୍ୟ ମିଳିନଥିବା କୁଆଡେ ସେ କହିଛନ୍ତି। ଫଳରେ ସ୍ଥାନୀୟ ବିଧାୟକଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡିଛନ୍ତି ଅଞ୍ଚଳବାସୀ। ଏବଂ ଏହାକୁ କିଭଳି ଖୋଲାଯାଇ କାର୍ଯ୍ୟକ୍ଷମ କରା ଯାଇପାରିବ ସେଥିପ୍ରତି ପଦକ୍ଷେପ ନେବେ ବୋଲି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି।

LEAVE A REPLY

Please enter your comment!
Please enter your name here