ନିଖୋଜର ସପ୍ତାହକ ପରେ ଉଦ୍ଧାର ହେଲେ ବ୍ରହ୍ମପୁରର ମାଛ ବ୍ୟବସାୟୀ। ଅମରଙ୍କୁ ଜେରା ପରେ ନିଖୋଜ ରହସ୍ୟର ପର୍ଦ୍ଧାଫାସ ହେବ।

0
900

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ନିଖୋଜ ହେବାର ଦୀର୍ଘ ଏକ ସପ୍ତାହ ପରେ ପତ୍ତା ମିଳିଲା ବ୍ରହ୍ମପୁରର ଜଣାଶୁଣା ମାଛ ବ୍ୟବସାୟୀ ଅମର ଓରଫ କୃଷ୍ଣ ସାହୁଙ୍କର। ଗତ ଶୁକ୍ରବାର ଦିନ ହଠାତ ଅନ୍ତର୍ଧ୍ୟାନ ହୋଇଯାଇଥିଲେ ଅମର। ପରେ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ପରିବାର ଲୋକେ ସ୍ଥାନୀୟ ବୈଦ୍ୟନାଥପୁର ଥାନାରେ ଲିଖିତ ଏତଲା ଦେବା ସହ ଅପହରଣ ହୋଇଥିବା ସନ୍ଦେହ କରିଥିଲେ। ପୋଲିସ ନିଖୋଜ ବ୍ୟବସାୟୀ ଅମରଙ୍କୁ ଖୋଜି ବାହାର କରିବାକୁ ମୋବାଇଲ ଟ୍ରାକିଂର ସହଯୋଗ ନେଇଥିଲା। ଏବଂ ଅମରଙ୍କ ନିଖୋଜ ପଛରେ ଅନ୍ୟକାହାର ହାତଥିବା ସନ୍ଦେହକୁ ଦୃଷ୍ଟିରେ ରଖି ଭେଣ୍ଡିଂ ଯୋନର କିଛି ମାଛ ବ୍ୟବସାୟୀଙ୍କୁ ଥାନାକୁ ଡାକି ପୋଲିସ ପଚରାଉଚରା କରିଥିଲା। ଏଭଳି ସ୍ଥିତିରେ ଚରମ୍ପା ଷ୍ଟେସନରୁ ଅମରଙ୍କୁ ଆର ପି ଏଫ ସହାୟତାରେ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ଉଦ୍ଧାର ପରେ ଅମରଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଉଦ୍ଧାର ହୋଇଥିବା ଅମର ମାନସିକ ସ୍ତରରେ ଚାପରେ ଥିବା ସହ ତାଙ୍କୁ ଧମକ ଓ ଆକ୍ରମଣ କରି ତାଙ୍କଠାରୁ ଖାଲି କୋର୍ଟ କାଗଜରେ ଦସ୍ତଖତ କରି କିଛିଲୋକ ନେଇଯାଇଥିବା କହିଛନ୍ତି ଅମର। ଏହି ଘଟଣାରେ ସେ ରଘୁ ବେହେରା ଓ ଶଙ୍କର ନାମକ ଅନ୍ୟ ଦୁଇ ମାଛ ବ୍ୟବସାୟୀଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ କରିଛନ୍ତି। ତେବେ ଅମରଙ୍କ ନିଖୋଜ ପଛରେ ଋଣ ଟଙ୍କା ଅଦାୟ ହିଁ ମୁଖ୍ୟ କାରଣ ଜଣାପଡିଛି। ଅମର ଓ ଅନ୍ୟ ମାନଙ୍କୁ ମୁହାଁମୁହିଁ ଜେରା ପରେ ହିଁ ଘଟଣା ପଛରେ ରହସ୍ୟ ଉନ୍ମୋଚନ ହୋଇପାରିବ।

LEAVE A REPLY

Please enter your comment!
Please enter your name here