ନିର୍ବନ୍ଧ ପରେ ଯୁବକକୁ ଭାବି ଶାଶୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଆଭିଯୋଗ

0
259

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ନିର୍ବନ୍ଧ ପରେ ଯୁବକକୁ ତାର ଭାବି ଶାଶୁ ଶ୍ୱଶୁର ଘର ପରିବାର ଲୋକେ ହତ୍ୟା କରିଥିବା ନେଇ ଆଭିଯୋଗ କରିଛନ୍ତି ପୁଅ ଘରର ପରିବାର ଲୋକେ। ଗଜପତି ଜିଲ୍ଲା ମୋହନା ଥାନା ଓସ୍ତପଦା ଗ୍ରାମର ଯୁବକ ସଞ୍ଜୟ ନାୟକ ଲୁହାଗୁଡି ଗ୍ରାମର ଯୁବତୀ ସହ ଗତ ମାସ ୨୦ ତାରିଖରେ ନିର୍ବନ୍ଧ ହୋଇଥିଲା। ଗତ ଦୁଇ ଦିନ ପୂର୍ବରୁ ଯୁବକକୁ କନ୍ୟା ଘର ପରିବାର ଲୋକେ ଯୁବକକୁ ଝିଅ ର ଭାଈ ର ଜନ୍ମ ଦିନ ପାଳନ କରିବା ପାଇଁ ଲୁହାଗୁଡି ଗ୍ରାମକୁ ଡକାଇ ଥିଲେ । କିନ୍ତୁ ଆଜି ସକାଳେ କନ୍ୟା ଘର ଲୋକେ ଯୁବକକୁ ଗୁରୁତର ଅବସ୍ଥାରେ ମୋହନା ମେଡିକାଲକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଯୁବକର ବେକରେ ଏବଂ ମୁଣ୍ଡରେ କ୍ଷକ୍ତାତ ଥିବାରୁ ଯୁବକକୁ ହତ୍ୟା ଜରାଯାଇଛି ବୋଲି ପୁଅର ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ଯୁବକ ନିଜେ ଅତ୍ମ୍ୟହତ୍ୟା କରିଛି ବୋଲି ଝିଅ ର ମା କହିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ମୋହନା ମେଡ଼ିକାଲ୍ ସାମ୍ନା ରେ ଦୀର୍ଘ ଏକ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ।ମୋହନା ଓ ଅଡବା ପୋଲିସ ଙ୍କ ସହ ଆର୍ ଉଦୟଗିରି ଏସ ଡି ପି ଓ ଦିଲୀପ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜନା ଶାନ୍ତ କରିବା ପରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ୍ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି l

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here