‘ମୋ ସରକାର’ ଏମ୍.କେ.ସି.ଜି ମେଡିକାଲରେ ସ୍ଥିତି ଅନୁଧ୍ୟାନ କଲେ ବ୍ରହ୍ମପୁର ଏସ ପି।

0
1072

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ୫ଟି ଓ ଏହାର ସଫଳ ରୂପାୟନକୁ ନେଇ ସମଗ୍ର ରାଜ୍ୟରେ ଯେମିତି ସମସ୍ତେ ସଜାଗ। ନିଜେ ସଚିବ ବିଭିନ୍ନ ଜିଲ୍ଲା ଭ୍ରମଣ କରି ଲୋକଙ୍କ ଠାରୁ ମତାମତ ଗ୍ରହଣ କରୁଥିବା ବେଳେ ଜିଲ୍ଲାରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଅନୁରୂପ ଭାବେ ସରକାରୀ ଦପ୍ତରମାନ ବୁଲୁଛନ୍ତି। ଏହି କ୍ରମରେ ନିଜେ ବ୍ରହ୍ମପୁର ଏସ ପି ପିନାକ ମିଶ୍ର ସଦଳବଳ ଏମ୍ କେ ସି ଜି ମେଡିକାଲରେ ଅଚାନକ ପହଞ୍ଚି ବିଭିନ୍ନ ବିଭାଗ ବୁଲିଥିଲେ।
କାଜୁଆଲଟି, ନିଦାନ ବିଭାଗ, ଓ ଇଣ୍ଡୋରେ ବୁଲି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ ସେମାନଙ୍କ ସମସ୍ୟା ଓ ଏହାର ପ୍ରତିକାର ସମେତ କଣ ସୁବିଧା ଉପଲବ୍ଧ କଲେ ଅଥବା ଅନ୍ୟ କିଛି ସମସ୍ୟା ରହିଛି ସେ ସମ୍ପର୍କରେ ସିଧାସଳଖ ଲୋକଙ୍କ ଠାରୁ ବୁଝିଥିଲେ। ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବା ପାଇଁ ଉଦ୍ୟମ ଚାଲିବା ସହ କେତେକଙ୍କୁ ଇତିମଧ୍ୟରେ ଗିରଫ କରାଯାଇଛି। ଆଜି ମେଡିକାଲରେ ଏସ ପିଙ୍କ ଅଚାନକ ଗସ୍ତକୁ ନେଇ ସହରରେ ଚର୍ଚ୍ଚା ଚାଲିଥିବା ବେଳେ ଦଲାଲ ଓ ଅସାଧୁ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here