ରସୁଲପୁର ଓ ଅତଲାପୁରରେ ଦୁର୍ଗାପୂଜା ମହା ଧୁମଧାମରେ ଆୟୋଜିତ

0
694

ଯାଜପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଅତଲାପୁର ଓ ସାମନ୍ତରାପୁର ଗ୍ରାମ ପଞ୍ଚାୟତ ଦୁର୍ଗା ପୂଜା ପାଇଁ ବେଶ୍ ନା ରହିଛି ବୋଲି ଆଖ ପାଖ ଗ୍ରାମ ପଞ୍ଚାୟତରେ ଜଣାଶୁଣା, ବାଲିପାଟଣା ଗ୍ରାମରେ ପ୍ରାୟତଃ ଦୀର୍ଘ ୭୦ଶହ ବର୍ଷ ଧରି ଚାଲିଆସୁଛି ଏହି ଦୁର୍ଗାପୂଜା । ଏହି ଦୁଇ ଗ୍ରାମ ପଞ୍ଚାୟତରେ ପାଞ୍ଚଗୋଟି ମେଢ଼ ହୋଇଥାଏ,ଅତଲାପୁର ଗ୍ରାମ ପଞ୍ଚାୟତର ପାଟଣା ଗ୍ରାମରେ ମା’ ରାମଦୁର୍ଗା ନାମରେ ନାମିତ ମେଢ଼ ଯେ କି ଦଶଘର ସାହିରେ ବନଦୁର୍ଗା ନାମରେ ନାମିତ ମେଢ଼ ଠିକ୍ ସେହିପରି ସାମନ୍ତରାପୁର ପଞ୍ଚାୟତ କୂଳୁଁଗା ଗ୍ରାମରେ ମା’ କନକଦୁର୍ଗା ଓ ଅର୍ଣ୍ଣପୂର୍ଣା ଭାବେ ବିଖ୍ୟାତ ଦୁଇ ଗୋଟି ମେଢ଼, ଯାହା କି କଂସାରି,ବଣିଆ ଓ ଖଣ୍ଡାୟତ ସଂପ୍ରଦାୟଙ୍କ ମୁଖ୍ୟ ପୂଜା ଭାବେ ମନାଯାଏ । ବିଲ୍ୱବରଣ ସହ ଧରାବତରଣ କରିଥାନ୍ତି ଜଗତଜନନୀ ମା’ଦଶଭୂଜା ,ଷଷ୍ଠୀ ପୂଜା ଦିବସରେ ପ୍ରଥମେ ତ ମା’ଙ୍କ ଚକ୍ଷୁ ଦାନ ପରେ କଳସ ପୂଜାପୂର୍ବକ ଭଳିକି ଭଳି ଭୋଗ ପୁଷ୍ପ ସହ ନାନାଦି ତୋରଣରେ ଝଲସୁଥାଏ । ଗ୍ରାମର ସମସ୍ତ ପୂଜା ମଣ୍ଡପ ସପ୍ତମୀ ଦିନଠୁ ମନ୍ତ୍ରପାଠରେ ପ୍ରକମ୍ପିତ ହେଇଥାଏ,ପୂଜା ମଣ୍ଡପ ଅଷ୍ଟମୀ ଦିନ ମହାଷ୍ଟମୀ, ମା’ଙ୍କ ଚଣ୍ଡୀ ପାଠ ବରିଷ୍ଠ ପୁରହିତଙ୍କ ଦ୍ବାରା କରାଯାଏ,ନବମୀ ଦିନ ମହାନବମୀ ପୂଜା ଓ ମା’ଙ୍କ ଦର୍ଶନ ନିମନ୍ତେ ଆଖ ପାଖ ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।
କିଛି ପୁରାତନ ବରିଷ୍ଠ ଭକ୍ତଙ୍କ ପ୍ରତିକିୟl ଅନୁଯାୟୀ , ମା’ବନଦୁର୍ଗାଙ୍କ ନିକଟରେ କଖାରୁ ବଳି ଯାହା ଭକ୍ତ ବଳି ପକେଇବା ଉଦ୍ଦେଶ୍ୟରେ ଦେଇଥାନ୍ତି,ସେହି ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବିଜୟା ଦଶମୀ ଦିନ ଭିନ୍ନ ଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ନିକଟରେ ଦଶରା ମଣ୍ଡା ଭୋଗ ରୂପେ ଲେଖାଯିବା ସହ ଭଜନ,ଜାଣାଣ ,କୀର୍ତ୍ତନ ଓ ନାନାଦି ସାଂସ୍କୃତିକ କାଯ୍ୟକ୍ରମ ବହୁ ଜାକଜକମରେ ଅନୁଷ୍ଠିତ ହୋଇଥାଏ । ବିଜୟା ଦଶମୀ ଦିନ କଳସ ବିସର୍ଜନ ପରେ ଯାହାକି ଏକ ନମସ୍କାର ପ୍ରଥା ବହୁତ ବର୍ଷ ଧରି ଚାଲିଆସିଛି । ଏହି ଗ୍ରାମରେ ନମସ୍କାର ପ୍ରଥାର ମହତ୍ୱ ରହିଛି,ଯାହା କି ଏହି ଦିନରେ ଯେତେ ଶତ୍ରୁ ହୋଇଥିଲେ ମଧ୍ୟ ଜଣେ ନିଜ ବୟସରୁ ବଡ ବୟସ୍କ ଗୁରୁଜନଙ୍କ ପାଦକୁ ସ୍ପର୍ଶ କରି ନମସ୍କାର କରିଥାନ୍ତି । ବାଲିପାଟଣା ଗ୍ରାମର ଭାଗବତ ଟୁଙ୍ଗି ଆନୁକୂଲ୍ୟରେ ଭସାଣି ମହାସମାରୋହରେ ହୋଇଥାଏ, ଭସାଣି ଦିନ ପ୍ରତ୍ୟକ ମେଢ଼ ନିକଟରେ ଭଜନ ଓ କୀର୍ତ୍ତନ ହୋଇଥାଏ, ଯାହା ସ୍ଥାନୀୟ ଅଂଚଳରେ ବେଶ୍ ଖ୍ୟାତି ରହିଛି, ଗୋଟେ ଗୋଟେ କରି ମେଢ଼ ପଞ୍ଚବଟୀ ଖେଳ ପଡିଆକୁ ଯାଇଥାଏ ଓ ସେଠାରେ ସମସ୍ତ ମେଢ଼ ପାଇଁ ସ୍ୱତନ୍ତ୍ର ଭାବେ ମେଢ଼ ରଖିବା ପାଇଁ ସ୍ଥାନ ନିରୂପିତ ହୋଇଥାଏ, ସେହି ପଡିଆରେ ନାନାଦି ପ୍ରକାର ଦୋଳି ଓ ଛୋଟ ବଡ ଦୋକାନ ଲାଗିଥାଏ,ଡିଜେ ସାଙ୍ଗକୁ ନାନାଦି ପ୍ରକାର ସିଙ୍ଗ ବାଜା ତାଳେ ତାଳେ ଯୁବପିଢ଼ିଙ୍କ ନୃତ୍ୟ ପରିବେଷଣ ଓ ବିଭିନ୍ନ ପ୍ରକାର ରଙ୍ଗ ବିରଙ୍ଗର ଆତସବାଜି ଦେଖଣାହାରୀଙ୍କ ବେଶ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲିଟିଥାଏ,ଆଖ ପାଖ ଗ୍ରାମ ପଞ୍ଚାୟତର ହଜାର ହଜାର ସଂଖ୍ୟକ ଲୋକ ଆସିଥାନ୍ତି । ଏହି ଭସାଣିକୁ ଦେଖିବା ପାଇଁ ଆସିଥିବା ପ୍ରବଳ ଭିଡ଼କୁ ପୋଲିସ ପ୍ରଶାସନ ବେଶ୍ ଶୃଙ୍ଖଳାର ସହ ପ୍ରତିପାଦନ କରୁଥିବା ଅନୁଷ୍ଠାନ ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here