ବ୍ରହ୍ମପୁର ମାଛ ବ୍ୟବସାୟୀଙ୍କ ଅଚାନକ ଅନ୍ତର୍ଦ୍ଧାନକୁ ନେଇ ଚର୍ଚ୍ଚା,ଅପହରଣ ସନ୍ଦେହ

0
791

ବ୍ରହ୍ମପୁର{ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ):ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ମର୍ଦ୍ଦାରଜ ଭେଣ୍ଡିଂ ଯୋନର ବ୍ୟବସାୟୀ ସଂଘର କର୍ମକର୍ତ୍ତା ତଥା ଜଣାଶୁଣା ମାଛ ବ୍ୟବସାୟୀ ଆମର ସାହୁ ଗତ ୩ଦିନ ଧରି କେଉଁ ଆଡେ ଚାଲିଯାଇଥିବା ଜଣାପଡିଛି। ଗତ ଶୁକ୍ରବାର ଦିନ ନିଜ ଘରୁ ଖାଇ ମୋଟର ସାଇକେଲରେ ବାହାରକୁ ଆସିଥିଲେ ହେଁ ଆଉ ଫେରିନଥିଲେ। ମୋବାଇଲ ମଧ୍ୟ ବନ୍ଦ ରହିଥିବା କାରଣରୁ ତାଙ୍କ ସହିତ ପରିବାର ଲୋକେ ଯୋଗାଯୋଗ କରିବା ସମ୍ଭବ ହୋଇନାହିଁ।ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ନିରାଶ ହୋଇ ଶେଷରେ ଅମରଙ୍କ ପତ୍ନୀ ବୈଦ୍ୟନାଥପୁର ଥାନାରେ ଅମରଙ୍କ ନିଖୋଜ ନେଇ ଲିଖିତ ଏତଲା ଦେଇଛନ୍ତି। ତେବେ ଏତଲାରେ ଅମରଙ୍କ ଅପହରଣ ନେଇ ମଧ୍ୟ ସେ ସନ୍ଦେହ କରିଛନ୍ତି। ପୋଲିସ ଘଟଣାକୁ ନେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଅମରଙ୍କ ମୋବାଇଲ ଟ୍ରାକିଂରୁ ଆନ୍ଧ୍ରପ୍ରଦେଶର ଗୁନ୍ତୁରରେ ଅବସ୍ଥିତି ଜଣାପଡିଛି। ଅମର ବ୍ୟବସାୟ ପାଇଁ ବିଭିନ୍ନ ସୂତ୍ରରୁ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଥିବା ଜଣା ପଡ଼ିଛି। ସେପଟେ ପାରିବାରିକ ସମସ୍ୟା ଜନିତ କାରଣରୁ ମଧ୍ୟ ଅମର ନିଜେ କେଉଁଆଡେ ଚାଲିଯାଇଥିବା ସାଧାରଣରେ ଆଲୋଚନା ହେଉଛି। କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର କାରବାର କରୁଥିବା ଅମରଙ୍କୁ ଟଙ୍କା ଲୋଭରେ ଯେ କେହି ଅପହରଣ କରିନଥିବା ଏହାକୁ ମଧ୍ୟ ଅସ୍ବୀକାର କରିହେବ ନାହିଁ। ଏସବୁ ଦୃଷ୍ଟିରୁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜରିରଖିଛି। ନିଖୋଜ ମାଛ ବ୍ୟବସାୟୀ ଅମର ସୁସ୍ଥ ଅବସ୍ଥାରେ ଘରକୁ ଫେରିଲେ ବା ତାଙ୍କର ପତ୍ତା ମିଳିଲେ ହିଁ ତାଙ୍କ ନିଖୋଜର କାରଣ ସ୍ପଷ୍ଟ ହେବ।

LEAVE A REPLY

Please enter your comment!
Please enter your name here