ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

0
273

ଭଞ୍ଜନଗର : ଗାଙ୍ଗପୁର ଥାନା ଅଧୀନ ବରପଲ୍ଲୀ କେନାଲ ନିକଟରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ। ମୃତକ ହେଲେ ସୈଲ୍ୟା ନାୟକ (୫୨) । ସେ ଗତ ୩ଦିନ ଧରି ଘରୁ କେଉଁ ଆଡେ ଚାଲି ଯାଇଥିବା ବେଳେ ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳ ସମୟରେ ବରପଲ୍ଲୀ-ବେଣୀପଲ୍ଲୀ କେନାଲ ନିକଟ ଏକ ଗଛରେ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି
ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here