ବ୍ରହ୍ମପୁର ପାଇଁ ପୁଣି ଇଣ୍ଡିଆ ବୁକ ରେକର୍ଡ ସହ ଗୌରବ ଆଣିଲେ ଦିଲ୍ଲୀପ ମହାରଣା

0
299

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ବ୍ରହ୍ମପୁର ମାଟି ପାଇଁ ପୁଣି ଏକ ନୂତନ ସମ୍ଭାବନା ସହ ଏକ ଗୌରବମୟ ଫର୍ଦ୍ଧରେ ନିଜର ନାମକୁ ଲେଖାଇଲେ ଦିଲ୍ଲୀପ। ଦିଲ୍ଲୀପ ମହାରଣା ପିତା ଭଗବାନ ମହାରଣା ପେସାରେ ଜଣେ ବଢ଼େଇ ବାପାଙ୍କର କାମକୁ ଦେଖି ଦେଖି ଆରମ୍ଭ କରିଥିଲେ ସୂକ୍ଷ୍ମ କଳା କରିଗରୀର କାମ।ତେବେ ସେ ଆଜି ନିଜର ସୂକ୍ଷ୍ମ କାମ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ନିଜକୁ ସ୍ଥାନିତ କରିପାରିଛନ୍ତି। ସେ କାଠରେ ତିଆରି କରିଛନ୍ତି ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ମା ଦୁର୍ଗାଙ୍କର ବିଗ୍ରହ।ଯାହାର ଉଚ୍ଚତା ଏକ ଇଞ୍ଚ ଓସାର ୧.୩ଇଞ୍ଚ। ତେବେ ଦୁର୍ଗା ପୂଜା ଅବସରରେ ସେ ମାଙ୍କର ଏହି ସୁନ୍ଦର ମୂର୍ତ୍ତି ତିଆରି କରିକି ପୂଜା କରିବାର ଘଟଣା ସାରା ବ୍ରହ୍ମପୁର ସହରରେ ଚର୍ଚ୍ଚାରେ ବିଷୟ ପାଲଟିଥିଲା। ତେବେ ବିଶେଷ ସୂଚନା ହେଲାଯେ ଦୁର୍ଗା ଦିଲ୍ଲୀପ ମାତ୍ର ସତର ବର୍ଷ ନଅ ମାସ ନଅ ଦିନର ଏହି ବିରଳ ରେକର୍ଡର ଅଧିକାରୀ ହେବା ଏକ ବିରଳ କଥା ନିଶ୍ଚୟ। ତେବେ ଏଭଳି ଜଣେ ନାବାଳକ ହିସାବାରେ ଏହି ରେକର୍ଡ଼କୁ ଭାଙ୍ଗିବା ନିଶ୍ଚୟ ଏକ କଷ୍ଟକର ବିଷୟ ହୋଇଥିବା ବେଳେ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ଦିଲ୍ଲୀପଙ୍କୁ ତାଙ୍କର ରେକର୍ଡର ସମସ୍ତ ସାମଗ୍ରୀ ତାଙ୍କ ପାଖରେ ପହଞ୍ଚିବା ସହ ସେ ପୁଣି ବ୍ରହ୍ମପୁର ମାଟି ଏବଂ ଗଂଜାମ ଜିଲ୍ଲା ପାଇଁ ପୁଣି ଏକ ନୂତନ ଗୌରବ ଆଣିଥିବାର ଅଞ୍ଚଳର ବୁଦ୍ଧିଜୀବୀ ଏବଂ କଳାକାର ପ୍ରଶଂସାରେ ସତମୁଖ। ଏତେ ଛୋଟ ବୟସରେ ଏଭଳି ଉପଲବ୍ଧି ନିଶ୍ଚୟ ଅନେକ ଶିଳ୍ପୀକୁ ପ୍ରେରଣା ଦେବା ଆଜି ଏ ସଫଳତାର ଶ୍ରେୟ ଦିଲ୍ଲୀପ ନିଜର ବାପା ମା ଏବଂ ପ୍ରଭୁ ଜଗନାଥ ଏବଂ ମା ବୁଢ଼ୀ ଠାକୁରାଣୀଙ୍କ ଅଶୀର୍ଵାଦରୁ ଏହା ପାଇଁ ପାରିଲେ ବୋଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here