ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ପୁଣି ମାନବିକତାର ପରିଚୟ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

0
272

ପୁରୀ: ପୁଣି ଜଣେ ଗୁରୁତର ରୋଗୀଙ୍କୁ ରକ୍ତ ଦାନ କରି ନିଜର ମାନବିକତାର ପରିଚୟ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ । ଘଟଣାଟି ହେଉଛି ପୁରୀ ଜିଲ୍ଲାର, ଯେଉଁଠାରେ ଟୁନି ପ୍ରଧାନ(୪୪ବର୍ଷ) ନାମକ ଜଣେ ମହିଳା ରକ୍ତହୀନତାରେ ପୀଡ଼ିତ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସତ ହେଉଥିଲେ । ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବି’ ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବାକୁ କହିଥିଲେ । ଏହି ସମୟରେ ଅନ୍ୟ ଜଣେ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଶ୍ରବଣ କୁମାର ବେହେରା ଉକ୍ତ ରୋଗୀଙ୍କ ସଂକ୍ରାନ୍ତରେ ଜାଣିବାକୁ ପାଇଲେ । ସୌଭାଗ୍ୟବସତଃ ଶ୍ରବଣଙ୍କ ବ୍ଲଡ ଗ୍ରୁପ ମଧ୍ୟ ବି’ ପଜିଟିଭ ଥିଲା । ତେଣୁ ବିନା କୌଣସି ଦ୍ୱିଧାରେ ସେ ରକ୍ତହୀନତାରେ ପୀଡ଼ିତ ଉକ୍ତ ମହିଳାଜଣଙ୍କୁ ରକ୍ତ ଦାନ କରିବା ପାଇଁ ଆଗେଇ ଆସିେଲେ ଏବଂ ଗୋଟିଏ ୟୁନିଟ ବି’ପଜିଟିଭ ରକ୍ତ ଦାନ କରିଥିଲେ । ଶ୍ରବଣ କୁମାରଙ୍କ ଏହି ମହତ କାର୍ଯ୍ୟ ପାଇଁ ମହିଳାଜଣଙ୍କ ଆଜି ଏକ ନୂଆ ଜୀବନ ପାଇଛନ୍ତି ଏବଂ ଏଥିପାଇଁ ସେ ସର୍ବସାଧାରଣରେ ବେଶ ପ୍ରଶଂସିତ ମଧ୍ୟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here