ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହେଲେ ପୌର କର୍ମଚାରୀ।

0
990

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରଜଗୁରୁ) : ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମହାନଗର ନିଗମ କର୍ମଚାରୀ ଏ ଲକ୍ଷ୍ମି ପ୍ରସାଦ ରାଓ। ଅବସର ପରେ ପୁନଃନିଯୁକ୍ତି ପାଇ ବ୍ରହ୍ମପୁର ମହାନଗର ନିଗମରେ ଅଫିସ ଆସିଷ୍ଚାଣ୍ଟ ଭାବେ ରାଜସ୍ୱ ବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟରତ କିରାଣୀ ଲକ୍ଷ୍ମୀ ପ୍ରସାଦ ରାଓ ଆଜି ବ୍ରହ୍ମପୁର ମହାନଗର ନିଗମର ସିଟି ହାଇସ୍କୁଲ ନିକଟରେ ଥିବା ୧୩ନମ୍ବର ଦୋକାନ ଘରର ମାଲିକାନା ବଦଳାଇବା ନିମନ୍ତେ ଫାଇଲ ପ୍ରୋସେସିଂ ପାଇଁ ନିଳାଞ୍ଚଳ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି। ଲାଞ୍ଚ ଟଙ୍କା ତାଙ୍କ ଠାରୁ ଜବତ ହୋଇଛି। ଦୋକାନ ଗୃହ ବଦଳାଇବା ପାଇଁ ଲକ୍ଷ୍ମୀ ପ୍ରସାଦ ୩୦ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ। ତେବେ ପୂର୍ବ ଚୁକ୍ତି ମୁତାବକ ପ୍ରଥମ ପର୍ଯ୍ୟାୟରେ ୨୫ହଜାର ଟଙ୍କା ଆଜି ସେ ଗ୍ରହଣ କରିଥିଲେ। ଏନେଇ ନିଳାଞ୍ଚଳ ସାହୁ ଦୁର୍ନୀତି ନିବାରଣ ବିଭାଗର ଦ୍ୱାରାସ୍ଥ ହୋଇଥିଲେ । ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବ୍ରହ୍ମପୁର ମହାନଗର ନିଗମ କର୍ମଚାରୀ ଲକ୍ଷ୍ମୀ ଚଳିତ ବର୍ଷ ମାର୍ଚ୍ଚ ୩୧ତାରିଖରେ ନିଜ ଚାକିରୀରୁ ଅବସରପ୍ରାପ୍ତ ନେଇଥିବା ବେଳେ ପୁଣି ତାଙ୍କୁ ସେହି ବିଭାଗରେ ନିଯୁକ୍ତି ଦିଆଯାଇଥିଲା। ତେବେ ଆଜି ଲାଞ୍ଚ ନେଇ ଗିରଫ ହେବା ପରେ ତାଙ୍କର ଘର ଓ କାର୍ଯ୍ୟାଳୟରେ ଭିଜିଲାନସ ଟିମ୍ ଚଢାଉ କରିଥିବା ବ୍ରହ୍ମପୁର ଭିଜିଲାନସ ଏସପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି। ଆସନ୍ତା କାଲି ଗିରଫ କିରାଣୀ ଲକ୍ଷ୍ମୀ ପ୍ରସଦଙ୍କୁ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ।

LEAVE A REPLY

Please enter your comment!
Please enter your name here