ବିଧାୟିକାଙ୍କ ଦ୍ୱାରା ବିଦ୍ୟାଳୟ କୋଠା ଉଦଘାଟିତ l

0
894

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଏହି ବ୍ଲକ ଅନ୍ତର୍ଗତ ବଡ ଖଇରଖମା ପଞ୍ଚାୟତର ପାଇକପଡା ସ୍ଥିତ ବଟେଶ୍ୱର ହାଇସ୍କୁଲରେ ୨୮ ଲକ୍ଷ ଟଙ୍କାରେ ନିର୍ମିତ ନୂତନ କୋଠା ଉଦଘାଟିତ ହୋଇଯାଇଛି l
ପ୍ରଧାନ ଶିକ୍ଷକ ନୃସିଂହ ଚରଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବେଗୁନିଆପଡା BDO ପ୍ରଦୀପ କୁମାର ପଣ୍ଡା, BEO କମଳାକାନ୍ତ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ ଚନ୍ଦ୍ର ତିଆଡ଼ି, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ୍ୱର ବରାଡ଼, ବ୍ଲକ ଉପାଧ୍ୟକ୍ଷ ଭ୍ରମର ଭୂୟାଁ, ବଡ ଖଇରୀଖମା ସମିତିସଭ୍ୟ ବିଭୁତି ଭୂଷଣ ନାୟକ, ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଯୋଗଦେଇଥିଲେ l ଶେଷରେ ଖେଳ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here