ବିଡମ୍ବନା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ଖୋଲାଖୋଲି ଉଲଂଘନ। ବିନା ଫାଟକ ଓ ଜଗୁଆଳିରେ ଲେବୁଲ କ୍ରସିଂରେ ପାର ହେଉଛି ଟ୍ରେନ।

0
720

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ଜଗୁଆଳି ବିହୀନ ଲେବୁଲ କ୍ରସିଂକୁନେଇ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶନାମରେ ରହିଥିବା ବେଳେ ଏଥିରେ ଖୋଲାଖୋଲି ଉଲଂଘନ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। ଗଞାମ ଜିଲ୍ଲା ଛତ୍ରପୁର ନିକଟରେ ରହିଛି ଭାରତୀୟ ବିରଳ ମୃତ୍ତିକା ଓ ଗୋପାଳପୁର ବନ୍ଦର। ଉଭୟ ସ୍ଥାନରୁ ନିୟମିତ ବ୍ୟବଧାନରେ ଖଣିଜ ସଂପଦ ପରିବହନ ହୋଇଥାଏ। ସେପୁଣି ଉଭୟ ଜଳପଥ ଓ ରେଳପଥ ମାଧ୍ୟମରେ। ତେବେ ଆଶ୍ଚର୍ଯ୍ୟର କଥା ଗୋପାଳପୁର ବନ୍ଦର ଓ ଭାରତୀୟ ବିରଳ ମୃତ୍ତିକାରୁ ରେଳପଥ ଯୋଗେ ହେଉଥିବା ପରିବହନ ବ୍ୟବସ୍ଥାରେ ସ୍ଥାନୀୟ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।ଗୋପାଳପୁର ବନ୍ଦର ନିକଟରୁ ଛତ୍ରପୁର ପର୍ଯ୍ୟନ୍ତ ଥିବା ରେଳପଥରେ ଲେବୁଲ କ୍ରସିଂ ଥିବା ବେଳେ ସେଥିରେ ଜଗୁଆଳି ରହିବା ତ ଦୂରର କଥା ଏଠାରେ ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ଫାଟକ ଟିଏ ମଧ୍ୟ ନଥିବା ବେଳେ ଏହି ପଥରେ ସାଧାରଣ ଲୋକେ ଓ ଟ୍ରେନ ଯାତାୟାତ କରୁଥିବା ଦେଖିବାକୁ ମିଳେ। ଫଳରେ କେତେବେଳେ ଯେ କିଛି ଅଘଟଣ ନହେବ ତାହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଅଶନ୍ତୋଷ ଲାଗିରହିଛି। ସେପଟେ ରେଳବିଭାଗର ନଜର ଆଢୁଆଳରେ ଥିବା ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here