ଶ୍ରୀ ଜଗନ୍ନାଥଙ୍କ ଜମି ବିକ୍ରି ଘଟଣା ପିପିଲି କୋର୍ଟରେ ହାଜର ହେଲେ ସଂଗ୍ରାମ

0
268

ବ୍ରହ୍ମପୁର: ଶ୍ରୀ ଜଗନ୍ନାଥଙ୍କ ଜମି ବିକ୍ରି କରିବା ଘଟଣାରେ ସଂପୃକ୍ତ ଥିବା ବ୍ରହ୍ମପୁର ଗଜପତିନଗରର ସଂଗ୍ରାମ ମହାନ୍ତିଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ନେଇ ପିପିଲି କୋର୍ଟରେ ହାଜର କରାଯାଇଛି ।ଭାବାନଗର ସ୍ଥିତ ଆପୋଲୋ କ୍ଲିନିକକୁ ଜଣେ ଡାକ୍ତରଙ୍କୁ ବିକ୍ରି କରିବାକୁ କହି ପ୍ରାୟ ୪ କୋଟି ଟଙ୍କା ଠକେଇ କରି ଗତକିଛି ଦିନ ହେବ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ସଂଗ୍ରାମଙ୍କୁ ଆଜି ପିପିଲି ପୁଲିସ ନେବା ପରେ ସେଠାକାର କୋର୍ଟରେ ହାଜର କରିଥିଲା । କୋର୍ଟଙ୍କ ନିର୍ଦେଶପ୍ରକାରେ ତାଙ୍କୁ ନିମାପଡା ସ୍ଥିତ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ଆପୋଲୋ କ୍ଲିନିକ୍ ବିକ୍ରି ଘଟଣାରେ ସଂଗ୍ରାମ ଗିରଫ ହୋଇଥିବା ସୂଚନା ପାଇବା ପରେ ଶ୍ରୀ ଜଗନ୍ନାଥଙ୍କ ଜମି ବିକ୍ରି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ପିପିଲି ଅଦାଲତରେ ଆବେଦନ କରିଥିଲା । ସେହିକ୍ରମରେ ପିପିଲି କୋର୍ଟ ବ୍ରହ୍ମପୁର ଏସଡିଜେଏମଙ୍କ ନିକଟରେ ଆବେଦନ କରିଥିଲେ । ସେହି ଆବେଦନର ଶୁଣାଣି କରି ଏସଡିଜେଏମ ୭ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here