ଆଜ୍ଞା ନମସ୍କାର, ମୁଁ ନବୀନ ପଟ୍ଟନାୟକ କହୁଛି . . . .

0
671

ଭୁବନେଶ୍ବର: ଆଜ୍ଞା ନମସ୍କାର, ମୁଁ ନବୀନ ପଟ୍ଟନାୟକ କହୁଛି । ଆଜି ବିଭିନ୍ନ ହସ୍ପିଟାଲ ଓ ଥାନାକୁ ଆସିଥିବା ଲୋକଙ୍କ ମଧ୍ୟରୁ ୮ ଜଣଙ୍କ ସହ ସିଧାସଳଖ ଫୋନରେ ଏମିତି କହି କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଥାନା ଓ ଡାକ୍ତରଖାନା ସଂପର୍କରେ ସେମାନଙ୍କ ମତାମତ ଦେଇଥିଲେ । ଏଭଳି ଅଭିନବ ପଦକ୍ଷେପ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ସହିଦ ନଗର ଥାନାରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ ସରକାର ଲୋଗୋ, କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ବାର୍ତ୍ତା ସମ୍ବଳିତ ଫଳକ ଉନ୍ମୋଚନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସବୁ ଥାନା ଓ ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କ ସମେତ କଟକ, ବ୍ରହ୍ମପୁର ଓ ସମ୍ବଲପୁର ବଡ ମେଡିକାଲରେ ଏହା କାର୍ଯ୍ୟକ୍ଷମ ହୋଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ସୁବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା ଲାଗୁ ହେବ ।
ମୋ’ ସରକାର କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି। ୧୪୫୪୫ ନମ୍ବରରେ ଫୋନ୍ କରି ଲୋକେ ଥାନା ଓ ଡାକ୍ତରଖାନା ସମ୍ପର୍କରେ ଅଭିଯୋଗ ପଞ୍ଜିକରଣ କରିପାରିବେ।ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କର ଫୋନ ନମ୍ବର ପ୍ରଥମେ ପଞ୍ଜିକୃତ ହେବ। ମୋ’ ସରକାର ପୋର୍ଟାଲ ସହ ଏହାକୁ ସଂଯୋଗ କରାଯିବ। ପରେ ମୋ ସରକାର ପୋର୍ଟାଲରୁ ଅଭିଯୋଗକାରୀଙ୍କ ପାଖକୁ ୨୪ ଘଣ୍ଟା ଭିତରେ ଏକ ମେସେଜ ଯିବ। ଅଭିଯୋଗକାରୀଙ୍କ ଫୋନ ନମ୍ବର ପଞ୍ଜିକରଣ କରିବାରେ ଥାନା ଅଧିକାରୀ ଯଦି ଅବହେଳା କରନ୍ତି ତାହାଲେ ସେମାନେ ଟୋଲ ଫ୍ରି ନମ୍ବରକୁ ଫୋନ୍ କରିପାରିବେ। ଥାନାରେ ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବର ମଧ୍ୟରୁ ୧୦ଟି ନମ୍ବରକୁ ଫୋନ୍ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ

LEAVE A REPLY

Please enter your comment!
Please enter your name here