କୋହଲିଙ୍କ ନଂ୧ ପ୍ଫ୍ୟାନ ଓଡ଼ିଶାର ପିଣ୍ଟୁ ବେହେରା

0
726

ଭୁବନେଶ୍ୱର:ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିରାଟ କୋହଲୀ ଏବଂ ଫ୍ୟାନଙ୍କ ଫଟୋ। ସାରା ଦୁନିଆରେ ତ ବିରାଟ କୋହଲୀଙ୍କର କୋଟି କୋଟି ଫ୍ୟାନସ୍ ଅଛନ୍ତି କିନ୍ତୁ ବିଶାଖାପାଟଣମରେ ସେ ଏମିତି ଜଣେ ବ୍ୟକ୍ତିଙ୍କୁ ଭେଟିଲେ ଯିଏ ଥିଲେ ସବୁଠାରୁ ସ୍ପେଶାଲ। ସେ ହେଲେ ଓଡ଼ିଆ ଯୁବକ ପିଣ୍ଟୁ ବେହେରା କୋହଲିଙ୍କର ଜଣେ ବଡ଼ ପ୍ରଶଂସକ। ସେ କୋହଲିଙ୍କୁ ନେଇ ତାଙ୍କ ଶରୀରରେ ୧୪ଟି ଟାଟୁ କରିଛନ୍ତି। ଏହି ୩୧ ବର୍ଷିଅ ଓଡ଼ିଆ ଯୁବକ ଜଣକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେଉଥିବା ଟେଷ୍ଟ୍ ମ୍ୟାଚ୍ ପାଇଁ ବିରାଟ ଭାଇଜାଗ୍ ଆସିଥିବା ବେଳେ ତାଙ୍କୁ ସାକ୍ଷାତ୍ କରିଛନ୍ତିି।ପିଣ୍ଟୁ ତାଙ୍କ ଶରୀରରେ ବିରାଟଙ୍କ ନାମ, ମୁହଁ, ଜର୍ସି ନମ୍ବର ଆଦି ଖୋଦେଇ କରିଛନ୍ତି। କେବଳ ସେତିକି ନୁହେଁ, ବିରାଟଙ୍କ କ୍ୟାରିୟର୍ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ୨୦୦୮ ମସିହାର ଅଣ୍ଡର୍-୧୯ ବିଶ୍ୱକପ୍, ୨୦୧୩ର ଅର୍ଜୁନ ଆଓ୍ଵାର୍ଡ, ୨୦୧୭ ମସିହାରେ ପାଇଥିବା ପଦ୍ମଶ୍ରୀ ସମ୍ମାନ ଆଦିକୁ ମଧ୍ୟ ତାଙ୍କ ଦେହରେ ଖୋଦେଇ କରିଛନ୍ତି। କୋହଲିଙ୍କ ସହ ଜଡ଼ିତ ୧୪ଟି ଗୁରୁତ୍ୱପୂର୍ଣ୍ଣ କଥାକୁ ସେ ତାଙ୍କ ଦେହରେ ଅଙ୍କାଇଛନ୍ତି।
ବିରାଟ କୋହଲି ଗତକାଲି ପିଣ୍ଟୁଙ୍କୁ ଭେଟିବା ସହ ତାଙ୍କୁ ଆଲିଙ୍ଗନ ମଧ୍ୟ କରିଛନ୍ତି। ପିଣ୍ଟୁ ବିରାଟଙ୍କୁ ଭେଟିବା ପରେ କହିଛନ୍ତି, ୩ ବର୍ଷରୁ ଊର୍ଧ୍ୱ ସମୟ ହେବ ମୁଁ ଏପରି ଏକ ମୁହୂର୍ତ୍ତ ପାଇଁ ଆପେକ୍ଷା କରିଥିଲି। ମୁଁ ଏବେ ସୁଦ୍ଧା ବିଶ୍ୱାସ କରିପାରୁନି।’ପିଣ୍ଟୁ ବୃତ୍ତିରେ ଜଣେ କଣ୍ଟ୍ରାକ୍ଟର। ପିଣ୍ଟୁଙ୍କ ଘର ଗଞ୍ଜାମ ଜିଳ୍ଲାର କୁକୁଡ଼ାଖଣ୍ଡି ତହସିଲର ମସିଆଖାଇ ଗ୍ରାମରେ। ସେ ବିରାଟଙ୍କୁ ଭେଟି ନିଜ ଦେହ ସାରା କରିଥିବା ଟାଟୋକୁ ବିରାଟଙ୍କୁ ଦେଖାଇଛନ୍ତି।

LEAVE A REPLY

Please enter your comment!
Please enter your name here