ବନ୍ଦେ ଭାରତ ଏକ୍ସପ୍ରେସ ଲୋକାର୍ପିତ

0
823

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ବୈଷ୍ଣୋଦେବୀ କଟରା ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଗୁରୁବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକାର୍ପଣ କରିଛନ୍ତି। ଅମିତ ଶାହଙ୍କ ସମେତ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଓ ଅନ୍ୟ ମନ୍ତ୍ରୀମାନେ ସବୁଜ ପତାକା ଦେଖାଇ ଏହି ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ। ଏହା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ଏହି ଏକ୍ସପ୍ରେସ ମାତ୍ର ୮ ଘଣ୍ଟାରେ ନୂଆଦିଲ୍ଲୀରୁ ମାତା ବୈଷ୍ଣୋ ଦେବୀ ମନ୍ଦିର କଟରା ଷ୍ଟେସନରେ ପହଞ୍ଚିବ। ପୂର୍ବରୁ ଏହି ଯାତ୍ରା ପାଇଁ ଯାତ୍ରୀଙ୍କୁ ୧୨ ଘଣ୍ଟା ସମୟ ଲାଗୁଥିଲା। ଏହି ଟ୍ରେନ ଆସନ୍ତା ୫ ତାରିଖରୁ ବ୍ୟବାସାୟିକ ଭାବେ ସେବା ଆରମ୍ଭ କରିବ। ମଙ୍ଗଳବାର ବ୍ୟତୀତ ଆଉ ସବୁଦିନ ଏହି ଟ୍ରେନ ଚଳାଚଳ କରିବ।
ଏହି ଟ୍ରେନର ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି ଦେଶବାସୀଙ୍କୁ ଏହା ନବରାତ୍ରିର ଉପହାର ବୋଲି କହିଛନ୍ତି। ମୋଦୀ ଲେଖିଛନ୍ତି, ‘‘ ଜମ୍ମୁବାସୀଙ୍କ ପାଇ ଏକ ଖାସ୍ ଉପହାର। ଏହାଦ୍ୱାରା ଜମ୍ମୁ କଶ୍ମୀର ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ସେହିପରି ବୈଷ୍ଣୋ ଦେବୀ ଯାଉଥିବା ଭକ୍ତ ମଧ୍ୟ ୮ ଘଣ୍ଟାରେ ପହଞ୍ଚି ପାରିବେ। ସେମାନଙ୍କ ଯାତ୍ରା ଆରାମଦାୟକ ରହିବ।

LEAVE A REPLY

Please enter your comment!
Please enter your name here