ସର୍ବ ଭାରତୀୟ ଭାରୋତ୍ତୋଲନରେ ବ୍ରୋଞ୍ଜ ପଦକ ପାଇଲେ ବୁଗୁଡା ବ୍ଳକର ଛାତ୍ରୀ ସନ୍ଧ୍ୟାରାଣୀ ନାୟକ

0
167

ବୁଗୁଡା: ସର୍ବ ଭାରତୀୟ ଭାରୋତ୍ତୋଲନ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟାରାଣୀ ନାୟକ ବ୍ରୋଞ୍ଜ ପଦକ ପାଇ କଲେଜ,ବ୍ଲକ, ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିପାରିଥିବାରୁ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ସର୍ବ ଭାରତୀୟ ସ୍ତରରେ କଲିକତା ଠାରେ ୩/୧୨/୨୩ ଠାରୁ ୬/୧୨/୨୩ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଖେଲୋ ଇଣ୍ଡିଆ ପ୍ରତିଯୋଗୀତର ଭାରୋତ୍ତୋଲନ ବିଭାଗରେ ବାଲିପଦର କଲେଜ ପକ୍ଷରୁ ସନ୍ଧ୍ୟାରାଣୀ ନାୟକ ଅଂଶ ଗ୍ରହଣ କରି ବିଜୟୀ ହୋଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସନ୍ଧ୍ୟାରାଣୀ +୩ ରାଜନୀତି ବିଜ୍ଞାନ ଅନର୍ସର ଛାତ୍ରୀ ହୋଇଥିବା ବେଳେ କ୍ରୀଡା ଅଧ୍ୟାପକ ଭଞ୍ଜ କିଶୋର ଗୌଡ଼ଙ୍କ ତତ୍ତ୍ୱାବଧାନରେ ଅଭ୍ୟାସ କରି ଏହି ଗୌରବ ଆଣିପାରିଛନ୍ତି। ଏହି ଖବର ଜାଣିବା ପରେ କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତ୍ତା ବୃନ୍ଦ ସନ୍ଧ୍ୟାରାଣୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here