ଆକ୍ସନ ମୋଡରେ ବ୍ରହ୍ମପୁର ବିଧାୟକ

0
1283

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା) : ଆଜି ଅଚାନକ ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଏବଂ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ସହରର କେତୋଟି ସ୍ଥାନ ପରିଦର୍ଶନ କରିଥିଲେ। ପ୍ରଥମେ ଗେଟ ବଜ଼ାର ସ୍ଥିତ ଭେଣ୍ଡିଙ୍ଗ ଜୋନରେ ପହଞ୍ଚି ସେଠାର ସମସ୍ତ ଅସୁବିଧା କଥା ସିଧାସଳଖ ସେଠାକାର ବେପାରୀ ମାନଙ୍କଠାରୁ ପଚାରିବୁଝୀବା ସହ ତାର ସମାଧାନ କିପରି ହେବ ତାହାର ଆଲୋଚନା କରିଥିଲେ ।
ଏହାପରେ ସିଟି ହସ୍ପିଟାଲ ଯାଇ ସିଧା ସଳଖ ନିଜେ ବୁଲି ସମସ୍ତ ବିଷୟ ଓ ସମସ୍ୟାର ଅନୁଧ୍ୟାନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ତ୍ୱ ଦେଉଥିବା ଯୋଗୁଁ ଲୋକଙ୍କୁ ଉନ୍ନତ ମାନର ସେବା ଯୋଗାଇବା ପାଇଁ ଦରକାରୀ ପଦକ୍ଷେପ ନିଆଯିବ ବୋଲି ଆଲୋଚନା କରିଥିଲେ ।
ପରେ ସହରର ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସମେତ ଅଧିକାରୀ ଓ ଛାତ୍ରନେତାମାନେ ସାଙ୍ଗରେ ରହି ଏହି ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନରେ ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ବିଧାୟକଙ୍କୁ ଅବଗତ କରାଇଥିଲେ । ବିଧାୟକ ଉଭୟ ସିନିଅର ଓ ଜୁନିଅର ମହାବିଦ୍ୟାଳୟ ପରିଦର୍ଶନ ସହିତ ଖେଳପଡ଼ିଆର ସ୍ଥିତି ଅନୁଧ୍ୟାନ କରିବା ସହିତ ସେଠାରେ ଚାଲିଥିବା କାର୍ଯ୍ୟର ମନ୍ଥରତାକୁ ନେଇ ବିରକ୍ତି ଭାବ ପୋଷଣ କରିଥିଲେ । ବିଧାୟକ ଶ୍ରୀ ପଣ୍ଡା ବିଭିନ୍ନ ସମସ୍ୟା ବୁଝିବା ସହ ସେଗୁଡିକର ସ୍ଥାୟୀ ପ୍ରତିକାର ନେଇ ଆଲୋଚନା କରିଥିଲେ ଏବଂ ପୂର୍ତ୍ତ ବିଭାଗ ଓ ସମ୍ପୃକ୍ତ ଠିକାଦାରଙ୍କୁ ତୁରନ୍ତ ଉକ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଥିଲେ । ଏକ ହାଇଟେକ କେଣ୍ଟୀନ ଓ ପୁସ୍ତକାଗାର ସୁବିଧା ସହ ମହାବିଦ୍ୟାଳୟ ଖେଳପଡିଆର ଉନ୍ନତି ଉପରେ ଗୁରୁତ୍ତ୍ୱ ଦେଇଥିଲେ। ଲୋକଙ୍କ ଅସୁବିଧା ସିଧା ସଳଖ ନିଜେ ଯାଇ ବୁଝିବାରୁ ସାଧାରଣ ଲୋକଙ୍କ ନିକଟତର ହୋଇଛନ୍ତି ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ।

LEAVE A REPLY

Please enter your comment!
Please enter your name here