ଗାନ୍ଧୀ ଜୟନ୍ତୀ ଅବସରରେ ଉତ୍କଳ ହିନ୍ଦୁ ସେବକ ସଂଘ ତରଫରୁ ସ୍ଵଚ୍ଛ ଭାରତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
325

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଆଜି ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଉତ୍କଳ ହିନ୍ଦୁ ସେବକ ସଂଘ ତରଫରୁ ରାଜ୍ୟବ୍ୟାପୀ ସ୍ଵଚ୍ଛ ଭାରତ ଓ ବୃକ୍ଷ ରୋପଣ ନିଆଯାଇଥିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଆଜି ବ୍ରହ୍ମପୁର ବିଜୁ ପଟ୍ଟନାୟକ ପାର୍କ ନିକଟ ବସ୍ତି ରେ ଥିବା ବହୁ ଦିନରୁ ଅବହେଳିତ ହୋଇ ପଡିଥିବା ଗାନ୍ଧୀ ମୃତ୍ତିକୁ କାର୍ଯ୍ୟକର୍ତ୍ତା ଦ୍ଵାରା ସଫେଇ କରାଯାଇଥିଲା ଏହାପରେ ଗାନ୍ଧୀନଗର ସ୍ଥିତ ଗାନ୍ଧି ମୂର୍ତ୍ତି ରେ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା ଶେଷ ରେ ଖଲ୍ଲିକୋଟ କଲେଜ୍ ପଡିଆ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅନିଲ କୁମାର ଦୋରା, ଉପ-ସଭାପତି ସନ୍ତୋଷ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ଦୂର୍ଗା ମାଧବ ପଣ୍ଡା, ଜିଲ୍ଲା ସମ୍ପାଦକ ସୁବ୍ରତ ପଣ୍ଡା ଆଦି ଅନେକ କାର୍ଯ୍ୟକର୍ତ୍ତାମାନେ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ ll

LEAVE A REPLY

Please enter your comment!
Please enter your name here