ପ୍ରଫେସର ଗୋବିନ୍ଦ ଚକ୍ରପାଣି ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ;ରାଜ୍ୟପାଳ ତଥା କୁଳାଧିପତି ଦେଲେ ନିଯୁକ୍ତି

0
735

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଶ୍ରୀ ଗୋବିନ୍ଦ ଜେ ଚକ୍ରପାଣି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭଞ୍ଜବିହାରର ନୂତନ କୁଳପତି ଭାବେ ନିଯୁକ୍ତ ହେଲେ । ମହାମାନ୍ୟ ରାଜ୍ୟପାଳ ଏହି ନିଯୁକ୍ତି ଦେଇଥିବା ବେଳେ ଖୁବ ଶୀଘ୍ର ପ୍ରଫେସର ଚକ୍ରପାଣି ଦାୟିତ୍ୱ ଗ୍ରହଣ କରିବା ସୂଚନା ମିଳିଛି ।

ପୂର୍ବରୁ ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ ଏହି ଦାୟିତ୍ୱରେ ଥିବାବେଳେ ନିକଟ ଅତୀତରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । ଗୋବିନ୍ଦ ଜେ ଚକ୍ରପାଣି ନୂଆଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ପରିବେଶ ଜିଓକେମେଷ୍ଟ୍ରିରେ ପିଏଚଡ଼ି ଓ ପରିବେଶ ଜିଓବିଜ୍ଞାନରେ ଏମ.ଫିଲ ଡିଗ୍ରୀ କରିବା ସହ ପରିବେଶ ବାୟୋଜିଓକେମେଷ୍ଟ୍ରିରେ ସ୍ମିଥସୋନିଆନ ଏନଭାଇରନମେଣ୍ଟାଲ ରିସର୍ଚ୍ଚ ସେଣ୍ଟର,ମେରିଲ୍ୟାଣ୍ଡ,ଆମେରିକାରୁ ରିସର୍ଚ୍ଚ କରିଛନ୍ତି । ସୂଚନା ଯୋଗ୍ୟ ଯେ,ସେ ନିଜର ଆଇ.ଏସସି ଓ ବି.ଏସସି ଡିଗ୍ରୀର ଅଧ୍ୟୟନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ହିଁ କରିଥିଲେ ।

LEAVE A REPLY

Please enter your comment!
Please enter your name here