ପରିତ୍ୟକ୍ତ କୁଅରୁ ଯୁବକଙ୍କ ପଚାଶଢ଼ା ଶବ ଉଦ୍ଧାର, ହତ୍ୟା ସନ୍ଦେହ।

0
778

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ): ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦ୍ୟୁତପୁରୀ କଲୋନୀର ଏକ ପରିତ୍ୟକ୍ତ କୂଅ ଭିତରୁ ସେହି ଅଞ୍ଚଳର ଜଣେ ଯୁବକଙ୍କ ପଚାଶଢ଼ା ମରଶରୀରକୁ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକଙ୍କ ନାମ ଅମ୍ବିକା ପ୍ରସାଦ ପାଢ଼ୀ ଓରଫ ବୁଡୁ ବୋଲି ଜଣାପଡିଛି। ଆଜି ସକାଳେ ଗନ୍ଧ ବାହାରିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା। ପରିବାର ଲୋକେ ଗତ ଦୁଇଦିନ ଧରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଆଜି ବୁଡୁର ସନ୍ଧାନ ପାଇଥିଲେ। ପରେ ବୈଦ୍ୟନାଥପୁର ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ କୂଅ ମଧ୍ୟରୁ ବୁଡୁର ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ ହୋଇଛି।
ମୃତ ବୁଡୁ ପହଁରିବାରେ ପାରଙ୍ଗମ ଥିବାବେଳେ କୂଅ ମଧ୍ୟରେ ତାର ମୃତ୍ୟୁ ହେବାକୁ ନେଇ ଅଞ୍ଚଳବାସୀ ସନ୍ଦେହ କରିଛନ୍ତି। ବୁଡୁଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ନୁହଁ ବରଂ ଏହା ଏକ ସନ୍ଦେହଜନକ ହତ୍ୟାକାଣ୍ଡ ହୋଇପାରେ ବୋଲି ପରିବାର ଲୋକେ ଓ ବନ୍ଧୁବର୍ଗ ସନ୍ଦେହ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ବୁଡୁଙ୍କ ମୃତ୍ୟୁ ପଛର ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରିବ।

LEAVE A REPLY

Please enter your comment!
Please enter your name here