ଜୁଆ ଆଡ୍ଡା ଚଢ଼ାଉ, ୪,୬୯,୮୫୦ ଟଙ୍କା ଜବତ ଓ ୧୯ ଗିରଫ

0
928

ଆସ୍କା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି କୌଣସି ବିଶେଷ ସୂତ୍ରରୁ ଖବର ପାଇ ଆସ୍କା ଏସଡ଼ିପିଓଙ୍କ ନେତୃତ୍ୱରେ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ସାହୁ ଓ ତାଙ୍କ ଟିମ ସନ୍ଧ୍ୟା ୮ ଘଣ୍ଟା ସମୟରେ ଧରାକୋଟ ସ୍ଥିତ ନେଳିଆବନ୍ଧ ଶିବ ମନ୍ଦିର ପରିସରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୯ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତାଶ ପ୍ୟାକେଟ,୨୦ଟି ମୋବାଇଲ,୫ଟି ମୋଟରସାଇକଲ ଓ ନଗଦ ୪,୬୯,୮୫୦ ଟଙ୍କା ଜବତ କରିଛି.। ଆସ୍କା ପୋଲିସର ଏହି ସାମାଜିକ ହିତ କାର୍ଯ୍ୟ ଆଗକୁ ଆସୁଥିବା ଦଶହରା ଓ କୁମାର ପୁର୍ଣିମା ପର୍ବର ପବିତ୍ରତା ବଜାୟ ରଖିବା ଉଦ୍ଧେଶ୍ୟରେ ନିଶ୍ଚିତ ସହାୟକ ହେବ ବୋଲି ସାଧାରଣ ଜନତା ଚର୍ଚ୍ଚା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here