ବ୍ରହ୍ମପୁରରେ ବିଶ୍ୱ ହୃଦୟ ଦିବସ ପାଳିତ

0
779

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ଠାରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ସନସାଇନ ହସ୍ପିଟାଲ ଓ ରୋଟାରୀ କ୍ଳବ ସେଣ୍ଟ୍ରାଲ ପକ୍ଷରୁ ପାଳିତ ହୋଇଥିଲା ଏହି ଦିବସ।ଏହି ଅବସରରେ ଏମକେସିଜି ମେଡିକାଲ ଠାରୁ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏମକେସିଜି ମେଡିକାଲ ଅଧକ୍ଷ ଡ଼ ଚରଣ ପଣ୍ଡା ଯୋଗଦେଇ ପତାକା ଦେଖାଇ ଏହି ସଚେତନ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ।ପରେ ଏହି ରାଲି ଏମକେସିଜି ଗେଟ ନିକଟରୁ ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଟାଟା ବେଞ୍ଚ ଛକ ନିକଟରୁ ପୁଣି ଏମକେସିଜି ମୁଖ୍ୟ ଫାଟକ ନିକଟରେ ଶେଷ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ରୋଟାରୀ କ୍ଳବ ସଦସ୍ୟ , ଟିମ କ୍ଲିନ ସିଟି ସଦସ୍ୟ ସମେତ ବହୁ ସମାଜ ସେବୀ, ଛାତ୍ର ଛାତ୍ରୀ ପ୍ରମୁଖ ସାମିଲ ହୋଇ ହୃଦୟ ଦିବସ ନେଇ ସଚେତନ କରାଇଥିଲେ।

LEAVE A REPLY

Please enter your comment!
Please enter your name here