ବିଜେଡି, ବିଜେପି କର୍ମୀ ମୁହାଁ ମୁହିଁ

0
633

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ପିଟାପିଟି ହେଲେ ବିଜେଡ଼ି, ବିଜେପି କର୍ମୀ। ବିଜେପି କର୍ମୀ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳା ପତାକା ଦେଖିଇବାରୁ ସୃଷ୍ଟି ହେଲା ଏହିଭଳି ପରିସ୍ଥିତି। ଏହି ଗଣ୍ଡ ଗୋଳରେ ବିଜେପିର ୩ କର୍ମୀ ଓ ବିଜେଡିର ଏକ କର୍ମୀ ଆହତ ହୋଇଥିବା ବେଳେ, ଦୁଇ ବିଜେପି କର୍ମୀଙ୍କୁ ରାଇଘର ଥାନା ପୋଲିସ ଅଟକ ରଖିଛି। କ୍ରୀଡା,ଯୁବ ବ୍ୟାପାର ଓ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତଥା ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦଳୀୟ ସଂଗଠନ ଦାଇତ୍ୱ ନେଇଥିବା ତୁଷାରକାନ୍ତି ବେହେରା ୩ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୩/୧୪ ମସିହାରେ ଘୋଷଣା କରିଥିବା ଜିଲ୍ଲାର ୧୦ ଗୋଟି ବ୍ଲକରେ ୧୦ ଟି ମିନି ଷ୍ଟାଡିୟମର ପରିଦର୍ଶନ ସହ ନବରଙ୍ଗପୁର ଓ ଉମରକୋଟ ମୁନିସିପାଲଟି ଅଞ୍ଚଳରେ ଗୋଟିଏ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ଥର ସ୍ଥାପନ ଓ ଜିଲ୍ଲାର ୭ ଟି ବ୍ଲକରେ ହେବାକୁ ଥିବା ଓପେନ ଯିମ ଏବଂ ପ୍ରତି ପଞ୍ଚାୟତ ହେଡ କ୍ୱାଟରକୁ ଇଣ୍ଟରନେଟ ସହ ଯୋଡିବା କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଦଳର ସାଙ୍ଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ମାନ୍ୟବର ମନ୍ତ୍ରୀ ତୁସାରକାନ୍ତି ବେହେରା ନବରଙ୍ଗପୁର ବ୍ଲକ ସହ ୪ ଟି ବ୍ଲକ ବୁଲି ଦେଖିବା ପରେ ଆଜି ଉମରକୋଟ ଓ ରାଇଘର ବ୍ଲକ ଯାଇଥିଲେ। ଏହି ସମୟରେ ଉମରକୋଟ ସହରର ନୂଆ ବସଷ୍ଟାଣ୍ଡ ନିକଟରେ କିଛି ବିଜେପି କର୍ମୀ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ମନ୍ତ୍ରୀଙ୍କୁ କଳା ପତାକା ଦେଖେଇଥିଲେ,ଏହାପରେ ଉମରକୋଟ ବିଜେଡି କର୍ମୀ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା, ଉମରକୋଟ କାର୍ଯ୍ୟକ୍ରମ ସାରି ମନ୍ତ୍ରୀ ରାଇଘର ବ୍ଲକ ଯିବା ପରେ ସେଠାରେ ମଧ୍ୟ ବିଜେପି କର୍ମୀ ମନ୍ତ୍ରୀଙ୍କୁ କଳା ପତାକା ଦେଖେଇ ଥିଲେ,ଏହାପରେ ରାଇଘର ବିଜେଡି କର୍ମୀ ଉତ୍ୟକ୍ତ ହୋଇ ମନ୍ତ୍ରୀଙ୍କୁ କଳା ପତାକା ଦେଖେଇଥିବା ବିଜେପି କର୍ମୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଚାଷୀଙ୍କୁ ସାର ନପାଇ ହଇରାଣ ହେଉଥିବା ଏବଂ କୋଭିଡ ନିୟମକୁ ଉଲଘଂନ କରି ବିଜେଡି କର୍ମୀ ଶହ ଶହ ମଟର ସାଇକେଲ ରାଲି କରୁଥିବା ଘଟଣାକୁ ବିରୋଧ କରି ବିଜେପି କର୍ମୀ ମନ୍ତ୍ରୀଙ୍କୁ କଳା ପତାକା ଦେଖେଇଥିବା କହିଛନ୍ତି। ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here