*କେୟାର ଇଣ୍ଡିଆ ପକ୍ଷରୁ ଜାତୀୟ ପୋଷଣ ମାସ ର ବ୍ଲକ ସ୍ତରୀୟ ବୈଠକ।*

0
728

କନ୍ଧମାଳ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକ ର କୃଷି କାର୍ଯ୍ୟାଳୟ ସଭା ଗୃହ ରେ କେୟାର ଇଣ୍ଡିଆ ତରିନା ପ୍ରକଳ୍ପ ତରଫରୁ ଜାତୀୟ ପୋଷଣ ମାସ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା।
ଏ ହି ବୈଠକରେ ବିଭିନ୍ନ ଗ୍ରାମର ମହିଳା ମାନେ ଯୋଗଦେଇ ପାରମ୍ପରିକ ବିଭିନ୍ନ ପ୍ରକାରର ପନିପରିବା ସହ ପୋଷଣ ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ ମଧ୍ୟ କରିଥିଲେ।ଏ ହି କାର୍ଯ୍ୟକ୍ରମ କୁ କେୟାର ଇଣ୍ଡିଆ ର କର୍ମୀ ଶୁଶ୍ରୀ ପ୍ରୀତି ପ୍ରଜ୍ଞା ପରିଚାଲନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏମ. ଓ .ଆଇ .ସି ଡ଼ଃ ଶକ୍ତିକାନ୍ତ ମଲିକ ଯୋଗଦେଇଥିବା ବେଳେ ସମ୍ନାନିତ ଅତିଥି ଭାବେ ଡ଼ଃ ଶ୍ରୀପତି ସେଠୀ ,ଆ ଇ ସି ଡ଼ି ଏସ ସୁପରଭାଇଜର ଶ୍ରୀମତି କଳ୍ପନା ନାୟକ,ତାରିନା ପ୍ରକଳ୍ପର ଜିଲ୍ଲା ଅଧିକାରୀ ଶୁ ଶ୍ରୀ ବିଜୟ ଲକ୍ଷ୍ମୀ ସିଂହ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଯୋଗଦେଇ ମହିଳା ମାନଙ୍କୁ ପୋଷଣର ଆବଶ୍ୟକତା ବିଷୟରେ ଆଲୋକପାତ କରି ସଚେତନତା କରିଥିଲେ।ଶେଷରେ ପ୍ରଭାତ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here