ଟ୍ରକ୍ ପଛରେ ଧକ୍କା ଦେଲା କାର୍; ୪ ମୃତ, ୫ ଗୁରୁତର

0
245

କନ୍ଧମାଳ:(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଲାହାବାଡିରେ ସଡକ ଦୁର୍ଘଟଣା । ଭ୍ୟାନକୁ ପିଟିଲା ଟ୍ରକ ଅକାଳରେ ଚାଲିଗଲା ୪ ଜୀବନ । ୮ ଜଣ ଭ୍ୟାନରେ ତାଳପଡାରୁ ବାଡିସୁଗାକୁ ଫେରୁଥିବା ସମୟରେ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସମସ୍ତ ଗୁରୁତରଙ୍କୁ ଏମକେସିଜି ହସ୍ପିଟାଲକୁ ସ୍ତାନାନ୍ତରଣ କରାଯାଇଛି ।ଭୋଜି ଖାଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ଟ୍ରକକୁ ପଛରୁ ଏକ ମାରୁତି ଓମନି ଧକ୍କା ଦେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ସୂଚନା ମିଳିଛି । ମୃତକମାନେ ହେଲେ ସଦର ଥାନା ଅନ୍ତର୍ଗତ ଗୁମାଗଡ଼ ଗାଡିଶୂଗା ଗ୍ରାମର ରୋଜାଲିନ ଦିଗାଲ (12), ଭଗିଆ ଦିଗଲ(10),ବବି ପ୍ରଧାନ(ଗାଡି ଚାଳକ) ଓ ପୂର୍ଣ୍ଣ ମିଶ୍ର (42) । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଗୁରୁତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ପ୍ରଥମେ ଫୁଲବାଣୀ ମେଡିକାଲ ଓ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗୁରୁତରମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି l ସୂଚନାଅନୁସାରେ, ଏକ ଜନ୍ମଦିନ ଭୋଜି ଖାଇବା ପାଇଁ ତାଳପଡା ଗାଁ ଯାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ରାତି ପ୍ରାୟ 12 ଟା ପାଖାପାଖି ଏକ ମାରୁତି ଓମନି ଗାଡ଼ିରେ ଗୋଟିଏ ପରିବାରର ୮ ଜଣ ଘରକୁ ଫେରୁଥିବାବେଳେ ବଇଡା ଲାହାବାଡି ନିକଟରେ ଟ୍ରକ ପଛରେ ମାରୁତି ଓମନି ପିଟି ହୋଇଥିଲା।

ରିପୋର୍ଟ:ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here