ପୋଲସରାରେ ୩୭୪୮ ହିତାଧିକାରୀଙ୍କୁ ବିଏସକେୱାଇ ନବୀନ କାର୍ଡ

0
113

ପୋଲସରା :ପୋଲସରା ଲୁଣିଘାଟି ପଡ଼ିଆରେ ବ୍ଲକ୍ ସ୍ତରୀୟ ବି.ଏସ୍.କେ.ୱାଇ ନବୀନ କାର୍ଡ ବିତରଣ କାର୍ଯ୍ୟକ୍ରମ ମାର୍ଚ୍ଚ ୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୩୭୪୮ ଜଣ ହିତାଧିକାରୀ ଙ୍କୁ ବିଏସକେୱାଇ ନବୀନ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ରାଜ୍ୟ ସରକାରଙ୍କ ନିଜସ୍ଵ ପାଣ୍ଠିରୁ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସହାୟତା ଯୋଗାଇ ଦିଆ ଯାଇଥିବା ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ।ପୋଲସରା ବିଡିଓ କୁରେଶ ଚନ୍ଦ୍ର ଜାନୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଜେନା, ଜିପିଓ ଆଦିତ୍ୟ କୁମାର ନାୟକ, ଜିଲ୍ଲା ପରିଷଦ ମେମ୍ବର ଆଶୋକ କୁମାର ବିଷୋୟୀ, ବିକ୍ରମ କୁମାର ନାୟକ ଓ ଝୁନୁ ଦାଶ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ବ୍ଲକ ବିଜୁ ଜନତା ଦଳ ସଭାନେତ୍ରୀ ସଂଯୁକ୍ତା ବାଡତ୍ୟା, ଭଗବାନ ସାହୁ, କବିତା ସାହୁ ସମେତ ସମସ୍ତ ସରପଞ୍ଚ, ସମିତି ମେମ୍ବର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here