ଭଞ୍ଜନଗର ଏନ.ଏ. ସି ରେ ଆରମ୍ଭ ହେଲା ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ

0
408

ଭଞ୍ଜନଗର(ନିଲୁ ବିଷୋୟୀ) କୋରନା ମହାମାରୀ ର ଦିତୀୟ ପ୍ରଭାବ କୁ ଦେଖି ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ଭଞ୍ଜନଗର ଏନ.ଏ. ସି ପକ୍ଷରୁ ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ଲୋକ ମାନଙ୍କ ଅକ୍ସିମିଟର ଅମ୍ଳଜାନ ସ୍ତର ଓ ସ୍ୱାସ୍ଥ୍ୟ ଯାଂଚ କରାଯିବା। ଏଥି ନିମନ୍ତେ ସ୍ୱାସ୍ୟକର୍ମୀ ,ଏନ୍ଏମଏମ୍ ଦିଦି , ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ମାନେ ଏନ.ଏ. ସି ଅଂଚଳରେ ଲୋକଙ୍କୁ ଯାଂଚ କରିବେ। ଏଥି ସହିତ ଭଞ୍ଜନଗର ଏନ.ଏ. ସି କୁ ସମ୍ପୂର୍ଣ୍ଣ କୋରନା ମୁକ୍ତ କରିବା ପାଇଁ ଜନସାଧାରଣ ଙ୍କୁ ସହଯୋଗ କରିବାକୁ ଏନ.ଏ. ସି ପକ୍ଷରୁ ଅନୁରୋଧ କରାଯାଇଛି

LEAVE A REPLY

Please enter your comment!
Please enter your name here