ବୁଗୁଡ଼ାରେ ୫୧୨୦ ବି.ଏସ.କେ.ୱାଇ. ନବୀନ କାର୍ଡ

0
111

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଓ ଏନେସିରେ ୫୧୨୦ ଜଣ ହିତାଧିକାରୀଙ୍କୁ ମାର୍ଚ୍ଚ ୭ ତାରିଖ ଦିନ ବୁଗୁଡ଼ା ପିପୁଲସ୍ ହାଇସ୍କୁଲ୍ ପଡ଼ିଆରେ ବ୍ଲକ୍ ସ୍ତରୀୟ ବି.ଏସ୍.କେ.ୱାଇ ନବୀନ କାର୍ଡ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ହିତାଧିକାରୀଙ୍କୁ ବିଏସକେୱାଇ ନବୀନ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ଓଡ଼ିଶାର ନବୀନ ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଦ୍ୱାରା ରାଜ୍ୟର ପ୍ରାୟ ୯୦ ଭାଗ ଲୋକ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ସାଂସଦ ପ୍ରତିନିଧି କବିରାଜ ଗୌଡ଼, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଓ ପୂର୍ବତନ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ ମଞ୍ଚାସୀନ ଥିଲେ। ଜିପିଓ ମନୋଜ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here