ଓଷ୍ଟାର୍ଡ ପକ୍ଷରୁ ମହିଳା ମାନଙ୍କୁ ସମ୍ବର୍ଦ୍ଧନା

0
117

ବ୍ରହ୍ମପୁର: ବିଶ୍ୱ ମହିଳା ଦିବସ ଅବସରରେ ଓଷ୍ଟାର୍ଡ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ବହୁ ମହିଳା ମାନଙ୍କୁ ନେଇ ଆଲୋଚନା ସଭା ସହ ସମ୍ବର୍ଧନା ଉତ୍ସଵ ଆୟୋଜିତ ହୋଇଯାଇଛି । ବୈଦ୍ୟନାଥ ନଗର ଠାରେ ଥିବା କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନିର୍ଦ୍ଦେଶକ ମୋଚିରାମ ନାୟକ ଅଧ୍ୟକ୍ଷତା କରି ଥିଲେ । ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ୍ ପ୍ରଫେସର ମିନାକ୍ଷୀ ଦାସ, ସମ୍ମାନୀତ ଅତିଥି ଭାବେ ସମାଜସେବି ଅମ୍ବୁଜା ଚରଣ ସାହୁ ,ସାମ୍ୱାଦିକ ସୁଦୀପ କୁମାର୍ ସାହୁ, ରେଇନ୍ ବୋ ପ୍ଲେ ସ୍କୁଲ ପ୍ରିନ୍ସିପାଲ ଅସ୍ମିତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସହକାରୀ ଶିକ୍ଷୟତ୍ରୀ ସସ୍ମିତା ମିଶ୍ର ଙ୍କ ସମେତ ବହୁ କର୍ମକର୍ତ୍ତା ସହଯୋଗ କରିଥିଲେ । ଏହି ଅବସରରେ ମହିଳା ମାନଙ୍କ ଅଧିକାର ଓ ଭୂମିକା ନେଇ ଆଲୋଚନା କରା ଯାଇଥିଲା । ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ବହୁ ପ୍ରତିଭା ଧାରି ମହିଳା ମାନଙ୍କୁ ସମ୍ବଦ୍ଧିତ ପ୍ରଦାନ କରା ଯାଇଥିଲା ।ଗରିବ ଅସହାୟ ମହିଳା ମାନଙ୍କୁ ସିଲେଇ ମେସିନ ପ୍ରଦାନ ଲାଗି ଚିହ୍ନଟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here