ଆନ୍ତର୍ଜାତୀୟ ମାନବଧିକାର ଓ ସାମାଜିକ ନ୍ୟାୟ ଅନୁଷ୍ଠାନ ପକ୍ଷରୁ ଆଲୋଚନା ଚକ୍ର ଓ ସମ୍ୱର୍ଦ୍ଦନା ଉତ୍ସବ

0
143

ବ୍ରହ୍ମପୁର: ଆନ୍ତର୍ଜାତୀୟ ମାନବଧିକାର ଓ ସାମାଜିକ ନ୍ୟାୟ ଅନୁଷ୍ଠାନ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏକ ଆଲୋଚନା ଚକ୍ର ଓ ସମ୍ୱର୍ଦ୍ଦନା ଉତ୍ସବ ବ୍ରହ୍ମପୁର ରେଭିନ୍ୟୁ ଡାକ ବଙ୍ଗଳା ସମ୍ମିଳନୀ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, କର୍ପୋରେଟର ସୁରେନ୍ଦ୍ର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆନ୍ତର୍ଜାତୀୟ ମାନବଧିକାର ଓ ସାମାଜିକ ନ୍ୟାୟ ଅନୁଷ୍ଠାନର ଓଡ଼ିଶା ସଭାପତି ରାମକୃଷ୍ଣ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲା ସଭାପତି ରୁଦ୍ର ପ୍ରସାଦ ପାଢୀ ଯୋଗ ଦେଇ ପ୍ରଦ୍ୱିପ ପ୍ରଜ୍ୱଳନ କରି ଏହାକୁ ଶୁଭାରମ୍ଭ କରିଥିଲେ । ଏଥିରେ ମୁଖ୍ୟ ଅତିଥିମାନେ ମାବଧିକାର ଓ ସାମାଜିକ ନ୍ୟାୟ ସମ୍ପର୍କରେ ବିସ୍ତୃତ ଭାବେ କହିଥିବା ବେଳେ କୌଣସି ବ୍ୟକ୍ତି ଯେପରି ନ୍ୟାୟରୁ ବଞ୍ଚିତ ନ ହେବେ ନେଇ ଉଦ୍ୟମର ଆବଶ୍ୟକତା ରହିଥିବା ମତ ପ୍ରକାଶ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ସହରର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା, ସାମ୍ୱାଦିକ ତଥା ଗାୟକ ସୁଦିପ କୁମାର ସାହୁ, କବି ତଥା ଲେକଖ ଶୁଭସ୍ମିତା ପଟ୍ଟନାୟକ, ଓଡିଶୀ ନୃତ୍ୟଶିଳ୍ପୀ ଅଗନ୍ୟା ପଣ୍ଡା ଓ ରୋଲର ସ୍କେଟିଂରେ ଜାତୀୟ ସ୍ତରରେ ପଦକ ହାସଲ କରିଥିବା ଅନ୍ୱେଷା ବିଷୋୟୀଙ୍କୁ ଉପଢୌକନ , ମାନପତ୍ର ଓ ପୁଷ୍ପଗୁଚ୍ଛ ଦ୍ୱାରା ସମ୍ମାନୀତ କରିଥିଲେ ଅତିଥିଗଣ । ଏହା ସହ ଏହି ଆଲୋଚନା ଚକ୍ରରେ ଭାଗ ନେଇଥିବା ଓକିଲ ପ୍ରଦୀପ ବେହେରା, ଓକିଲ ସୁଧିର ପାତ୍ର, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରାମନାରାୟଣ ବେହେରା, ଶିକ୍ଷାବିତ୍ ବିଜୟ ଚନ୍ଦ୍ର ଗୌଡ଼, ସାଂସ୍କୃତିକ କଳା ନିକତନର ପ୍ରତିଷ୍ଠାତା ସଂଯୁକ୍ତା ପଣ୍ଡା ଓ ଅବସରପାପ୍ତ ପ୍ରଶାସନିକ ଅଧିକାରୀ ଉଦୟ ପ୍ରଧାନ ପ୍ରମୁଖଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ଶେଷରେ ଆନ୍ତର୍ଜାତୀୟ ମାନବଧିକାର ଓ ସାମାଜିକ ନ୍ୟାୟ ଅନୁଷ୍ଠାନର ରାଜ୍ୟ ସମ୍ପାଦକ ବଟକୃଷ୍ଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନୁଷ୍ଠାନର ବହୁ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here