ସରସ୍ଵତୀ ବିଦ୍ୟା ମନ୍ଦିର ନିମଖଣ୍ଡି ପ୍ରାଙ୍ଗଣରେ ଗୁରୁପୂର୍ଣ୍ଣିମା ପୂଜନ ଉତ୍ସବ ପାଳିତ

0
272

ନିମଖଣ୍ଡି (କୁକୁଡାଖଣ୍ଡି ): ଆଜି ନିମଖଣ୍ଡି ସ୍ଥିତ ନିମଖଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଗୁରୁ ପୂର୍ଣ୍ଣିମା ଅବସରରେ ଗୁରୁ ପୂଜନ ଉତ୍ସବ କୋଭିଡ କଟକଣା ଭିତରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦେବି ପ୍ରସାଦ ନନ୍ଦଙ୍କ ପୌରହିତରେ ଏହି ଉତ୍ସବ ପାଳିତ ହେଇଯାଇଛି ! ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିମଖଣ୍ଡିରେ ଥିବା ବଜରଙ୍ଗ ମଠର ମଠାଦିଶ ମହନ୍ତ ଭକ୍ତି ଚରଣ ଦାଶ ମହାରାଜ ଯୋଗ ଦେଇ ଦ୍ୱୀପ ପ୍ରଚଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ! ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଡ଼ାକ୍ତର ବିପିନ ବିହାରୀ ସାହୁ, କୋଷାଦକ୍ଷ ଶ୍ରୀ ଚଣ୍ଡି ଚରଣ ସାହୁ, ସଦସ୍ୟ ଜାହ୍ନବୀ ସାହୁ ଇତ୍ୟାଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ !ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ଆଚାର୍ଯ୍ୟ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ ! ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଆର. ବିଜୟ କୁମାର ମହର୍ଷି ବ୍ୟାସ ଦେବଙ୍କ ବିଷୟରେ ଅତି ସୁନ୍ଦର ଭାବରେ ଆଲୋଚନା କରିଥିଲେ ! କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆଚାଜର୍ଯ୍ୟଆ ସମିତା ରାଣୀ ପାଣିଗ୍ରାହୀ ! ଆଜିର ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଗୁରୁଙ୍କ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ ! ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟଓ ଆଚାର୍ଯ୍ୟଆ ସହଯୋଗ କରିବା ସହିତ କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅଜିତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here