ସୁରତରୁ ୩ ଟି ବସ୍ ଯୋଗେ ଆସିଥିବା ୧୬୮ ଜଣ ଶ୍ରମିକଙ୍କୁ ବେଲଗୁଣ୍ଠI ଆଦର୍ଶ ବିଦ୍ୟାଳୟରେ ସଙ୍ଗ ରୋଧରେ ରଖାଗଲା

0
338

ଗାଙ୍ଗପୁର/ବେଲଗୁଣ୍ଠI(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଆଜି ୩ ଟି ବସ୍ ଯୋଗେ ଗୁଜୁରାଟର ସୁରତରୁ ୧୬୮ ଜଣ ଶ୍ରମିକଙ୍କୁ ବେଲଗୁଣ୍ଠI ବ୍ଲକ୍ କ୍ଷତ୍ରିୟବରପୁର ପଞ୍ଚାୟତର ପ୍ରତାପ ଲକ୍ଷ୍ମଣପୁର ଆଦର୍ଶ ବିଦ୍ୟାଳୟରେ ସଙ୍ଗରୋଧ ଗୃହରେ ରଖାଯାଇଛି l ପ୍ରଥମେ ଅପରାହ୍ଣ 2 ଘଣ୍ଟ 50 ମିନିଟ୍ ସମୟରେ 2 ଟି ବସ୍ ରେ ଆସିଥିବା 111 ଜଣ ଶ୍ରମିକଙ୍କ ସ୍ଵାସ୍ଥ୍ୟ ଯାଞ୍ଚ ପରେ ସଙ୍ଗରୋଧ ଗୃହରେ ରଖାଯାଇଥିଲା l ପରେ ସନ୍ଧ୍ୟା 7 ଘଣ୍ଟ ସମୟରେ ଆଉ ଏକ ବସ୍ ଯୋଗେ ଆସିଥିବା 57 ଜଣଙ୍କ ମଧ୍ୟରେ 2 ଜଣ ମହିଳା ଥିବା ଜଣା ପଡ଼ିଛି l ଏମାନେ ସବୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର, କୋଦଳା, ବେଗୁନିଆପଡା, ପୋଲସରା, ବୁଗୁଡା, ବେଲଗୁଣ୍ଠI ଓ କବିସୂର୍ଯ୍ୟନଗର ବ୍ଲକ୍ ର ବୋଲି ଜଣା ପଡ଼ିଛି l ବେଲଗୁଣ୍ଠI ତହସିଲଦାର ତଥା ବିଡିଓ ସରୋଜ କୁମାର ବେହେରା, ଚିକିତ୍ସା ଅଧିକାରୀ ଡକ୍ଟର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ଡକ୍ଟର ସରୋଜ ପ୍ରଧାନ, ଡକ୍ଟର ଜ୍ଞାନରଞ୍ଜନ ମହାପାତ୍ର, ଡକ୍ଟର ଜୟନାଥ ପତି, ଡକ୍ଟର ଶ୍ରୁତୀ ବୀଜୀତା ରଥ, କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼, ଗାଙ୍ଗପୁର ଡି ଏସ୍ ପି ସଞ୍ଜୟ କୁମାର ମହାପାତ୍ର, ଥାନା ଅଧିକାରୀ ଧୀରେସ୍ କୁମାର ଦାସ, ଏସ୍ ଆଇ ଅଜିତ ପରିଡ଼ା, ରାଜସ୍ଵ ନିରୀକ୍ଷକ ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ରହି ସ୍ଵାସ୍ଥ୍ୟ ଯାଞ୍ଚ କରିବା ସହ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ଯୋଗାଇ ଦିଆ ଯାଇଛି l

ଫଟୋ

LEAVE A REPLY

Please enter your comment!
Please enter your name here