କେନ୍ଦୁବାଡି ନୋଡାଲ ହାଇ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
168

ପୋଲସରା: ପୋଲସରା ବ୍ଲକ ଅନ୍ତର୍ଗତ କେନ୍ଦୁବାଡି ଗ୍ରାମର ଶ୍ରୀ ରାଧାକୃଷ୍ଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଜାନୁଆରୀ ୧୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବିପିନ ବିହାରୀ ସାହୁଙ୍କ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଉ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ଏହି ବାର୍ଷିକ ଉତ୍ସବରେ ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଗର ପୂର୍ବତନ ରାଜ୍ୟ ସଭାପତି ତଥା ଅବସର ପ୍ରାପ୍ତ ଏବିଇଓ ଜଗବନ୍ଧୁ ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଷ୍ଟାର ଶିକ୍ଷକ ନେତା ତଥା ବଡ଼କୋଦଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା, ପୂର୍ବତନ ସରପଞ୍ଚ ବିଜୟ କୁମାର ସ୍ୱାଇଁ, ଏସଏମସି ସଭାପତି ନନ୍ଦ କିଶୋର ଗୌଡ଼ ଓ କଣଛାଇ କ୍ଲଷ୍ଟର ସିଆରସିସି ସୁରେନ୍ଦ୍ର ସେଠୀ ଯୋଗଦେଇଥିଲେ। ବରିଷ୍ଠ ଶିକ୍ଷକ ସୂର୍ଯ୍ୟମଣି ମହାନ୍ତି ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ସୁବାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here