ବେଗୁନିଆପଡା ରେ ଆତ୍ମାରକ୍ଷା କୌଶଳ ତାଲିମ ଶିବିର ଅନୁଷ୍ଠିତ

0
145

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ଦିନ ଛାତ୍ରୀମାନଙ୍କୁ ନେଇ ଏକ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି । ଏଥିରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିମନ୍ୟୁ ସ୍ୱାଇଁ ସଭାପତିତ୍ବ କରିଥିବା ବେଳେ କଲେଜର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏଥିରେ ପ୍ରଶିକ୍ଷିକା ଭାବେ ଦିବ୍ୟାନି ସାହୁ ଓ ପୁଜାରାଣୀ ପ୍ରଧାନ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଆତ୍ମାରକ୍ଷା କୌଶଳ ସମ୍ବଦ୍ଧରେ ତାଲିମ ପ୍ରଦାନ କରିଥିଲେ । ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦୀର୍ଘ ଆଠ ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here