ପାଟିରେ କଳା ପଟି ବାନ୍ଧି ଉପଜିଲ୍ଲପାଳ କାର୍ଯ୍ୟାଳୟ ନିକଟରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରତିବାଦ ସଭା

0
173

ବ୍ରହ୍ମପୁର : ବ୍ରହ୍ମପୁର ସହରର ଚାରିପଟ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ପାର୍ଶ୍ଵରେ ଥିବା ୧୮ ଟି ପଞ୍ଚାୟତ ତଥା ସନ୍ନିକଟ ସହର ତଳି ଅଞ୍ଚଳକୁ ମିଶ୍ରଣ ନେଇ ୨୦୦୮ ଗ୍ୟାଜେଟ ନୋଟିଫିକେସନ କାର୍ଯ୍ୟକାରୀ ଓ ଏ ନେଇ ରହିଥିବା ମାନ୍ୟବର ଉଚ୍ଚ ନ୍ୟାଳାୟଙ୍କ ନିର୍ଦ୍ଧେଶ ଅନୁପାଳଣ ଏବଂ ବ୍ରହ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶୁକ୍ରବାର ଦିନ ବ୍ରହ୍ମପୁର ଉପଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଆଗରେ ପାଟିରେ କଳାପଟି ବାନ୍ଧି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ନୀରବ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ସହର ସନ୍ନିକଟ ଓ ମହାନଗର ଚତୁପାର୍ଶ୍ୱରେ ଥିବା ପଞ୍ଚାୟତକୁ ନେଇ ଏକ ବୃହତ୍ତର ଓ ପୂର୍ଣ୍ଣାଙ୍ଗ ମହାନଗର ନିଗମ ଗଠନ କରିବା ନିମନ୍ତେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବହୁଦିନ ଧରି ଦାବୀ ହୋଇ ଆସୁଛି। କିନ୍ତୁ ସରକାର ଏଦିଗରେ କୌଣସି ପଦକ୍ଷେପ ନେବାରେ ଅଦ୍ୟାବଧି ବିଫଳ ରହିଛନ୍ତି। କ୍ରିୟାନୁଷ୍ଠାନ କମିଟି ରାଜନେତା, ପ୍ରଶାସନ ଓ ନ୍ୟାୟାଳୟ ସବୁ ଉପଲବ୍ଧ ଉପଚାର ଆପଣେଇଥିଲେ ସୁଦ୍ଧା ଏ ଦିଗରେ ସରକାରଙ୍କୁ ଏନେଇ ଇଛାଶକ୍ତି ଜାଗ୍ରତ କରେଇବାରେ ଅଦ୍ୟାବଧି ସକ୍ଷମ ପାଇପରିଲେ ନାହିଁ। ତେଣୁ ଏହି ଅବିଚାର ବିରୁଦ୍ଧରେ ଏବେ ପ୍ରତି ସପ୍ତାହରେ ସହର ମଧ୍ୟରେ ପ୍ରତିବାଦ ସଭା ଆୟୋଜନ କରିବାର କମିଟି ସ୍ତରରେ ନିଷ୍ପତ୍ତି ନିଆଯାଇଛି। ସେହି କ୍ରମରେ ଆଜିର ଏହି ନୀରବ ପ୍ରତିବାଦ ସଭା ଚତୁର୍ଥ ଅଟେ।ଏହା ପୂର୍ବରୁ ଗାନ୍ଧୀନଗର ଛକ, ପୁରୁଣା ବସ ଷ୍ଟାଣ୍ଡ ଓ ରାମଲିଙ୍ଗେଶ୍ୱର୍ ପାର୍କ ନିକଟରେ ଏହିଭଳି ତିନୋଟି ପ୍ରତିବାଦ ସଭ ଅନୁଷ୍ଠିତ ହୋଇଯାଇଛି। ତେଣୁ ଆଜିର ଏହି ପ୍ରତିବାଦ ସଭା ସରକାରଙ୍କୁ ତାଙ୍କ ନିଦ ଭାଙ୍ଗିବା ପାଇଁ ଉଦ୍ଧିଷ୍ଟ ବୋଲି ସଂଗଠନ ତରଫରୁ ପ୍ରକାଶ କରାଯାଇଛି। ଆଜିର ସଭାରେ ସଭାପତିଙ୍କ ବ୍ୟତୀତ ଉପସଭାପତି ଦେବୀ ପ୍ରସାଦ ଦାସ, ସାଧାରଣ ସମ୍ପାଦକ ଡ ଶିବ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଟି. ସୁଦେଶ କୁମାର ପାତ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢିହାରି, ଉପ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ,ସହ ସଂଗଠନ ସମ୍ପାଦକ ଶ୍ରୀମନ୍ତ ପାଣିଗ୍ରାହୀ, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ସଂଯୋଜକ ସି ଏଚ ରାମ କ୍ରିଷ୍ଣା ଦାସ, ଉପ ସଂଯୋଜକ ଅନିଲ ଅଧିକାରୀ, ସହ ସଂଯୋଜକ କାହୁଁ ଚରଣ ପତି,ପ୍ରଫେସର ରଙ୍ଗନାଥ ମିଶ୍ର, ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଉମାଶଙ୍କର ପାଣି, ଡ ରାମଚନ୍ଦ୍ର ପାତ୍ର, ଚନ୍ଦ୍ର ଶେଖର ରଥ, ସନ୍ତୋଷ କୁମାର ସାହୁ, ହିମାଂଶୁ ଚନ୍ଦ୍ର ସାହୁ,ଏମ୍ . ନରସିଂହ ,ଏ ରାମା ରାଓ, ଭି ନାର୍ଶୀଙ୍ଗୁଲୁ, କାଳୀ ଚରଣ ପାଢ଼ୀ, କାହୁଁ ଚୌଧୁରୀ, ସୁବାଷ ଚନ୍ଦ୍ର ପାତ୍ର,ପ୍ରଭାତ କୁମାର ବେହେରା, ପ୍ରଶାନ୍ତ କୁମାର ପଣ୍ଡା, ନିରଞ୍ଜନ ପଣ୍ଡା, ଦ୍ୟୁତି କୃଷ୍ତ୍ନ ସାହୁ, ରବି ନାରାୟଣ ସାହୁ, ବାସୁଦେବ ସାହୁକାର, ଇ ଟି ରାଓ, ପ୍ରବୀଣ କୁମାର ପଟ୍ଟନାୟକ, ଭୁବନେଶ୍ୱର ଜେନା , ଉପେନ୍ଦ୍ର ସାହୁ,ବି ସୁଦର୍ଶନ ପାତ୍ର, ଶଙ୍କର କୁମାର ସାହୁ, ଭି ସୋମେଶ୍ୱର ରାଓ, ବିନୋଦ ସାବତ, ସିମାଞ୍ଚଳ ପଟ୍ଟନାୟକ, ଜିତେନ୍ଦ୍ର କୁମାର ପାଢ଼ୀ, ମନୋଜ କୁମାର ଗୌଡ଼, ଜଗନ୍ନାଥ ପ୍ରଧାନ, ରାମ ଚନ୍ଦ୍ର ଦାସ ଓ ସୁଦର୍ଶନ ପଣ୍ଡା ପ୍ରମୁଖ ସାମିଲ ଥିଲେ

LEAVE A REPLY

Please enter your comment!
Please enter your name here