ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

0
120

ବ୍ରହ୍ମପୁର : ଚଳିତ ବର୍ଷ ୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଛି l ବିଭିନ୍ନ ଶିକ୍ଷା ଅନୁଷ୍ଠାନ ର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ l ଚତୁର୍ଥ ରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଅଦିତା ମହାପାତ୍ର, ଦ୍ୱିତୀୟ ସଞ୍ଜନା ନାୟକ,ତୃତୀୟ ସ୍ଥାନରେ ଅନିଲ ପ୍ରଧାନ l ଷଷ୍ଠ ଓ ସପ୍ତମ ଶ୍ରେଣୀ ମଧ୍ୟରେ ପ୍ରଜ୍ଞାପିତା ପଣ୍ଡା ପ୍ରଥମ , ସ୍ନେହାସିସ ରାଉତ ଦ୍ବିତୀୟ ଓ ବିକ୍ରାନ୍ତ ସ୍ବାଇଁ ତୃତୀୟ ସ୍ଥାନ ହାସଲ କରିଛନ୍ତି l ସେହିପରି ଅଷ୍ଟମ ରୁ ଦଶମ ଶ୍ରେଣୀ ମଧ୍ୟରେ ପ୍ରଥମ ସ୍ଥାନରେ ଭବିଷ୍ୟ କୁମାର ସାହୁ ,ଦ୍ୱିତୀୟ ସ୍ଥାନରେ ଶ୍ରଧାଶ୍ରି ନନ୍ଦ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି ସାତ୍ତ୍ୱିକ ମହାକୁଡ l ଆସନ୍ତା କାଲି ୧୩ ତାରିଖରେ ବକ୍ତୃତା ପ୍ରତିଯୋଗିତା ଓ ୧୪ ତାରିଖରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ l କୃତିତ୍ୱ ପ୍ରତିଯୋଗୀମାନଙ୍କୁ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ସ୍ଥାନୀୟ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଷ୍ଟାଡିୟମ ଠାରେ ପୁରସ୍କୃତ କରାଯିବ l

LEAVE A REPLY

Please enter your comment!
Please enter your name here