ମାଣିତରା ମେଡ଼ିକାଲକୁ ଭାରତ ସରକାରଙ୍କ ଉତ୍ତମ ପ୍ରମାଣ ପତ୍ର ପ୍ରଦାନ

0
235

ବୁଗୁଡା : ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଜାତୀୟ ଗୁଣବତ୍ତା ନିର୍ଦ୍ଧାରଣ ଟିମ ଙ୍କ ଅନୁମୋଦନ କ୍ରମେ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ କେନ୍ଦ୍ର ସରକାର ଉତ୍ତମ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ସମଗ୍ର ଓଡ଼ିଶାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ମଧ୍ୟରୁ ୯ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉତ୍ତମ ଗୁଣବତ୍ତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଅଗଷ୍ଟ ୧୨ ତାରିଖରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା NHSRC/09-10/QI/01/OR, ପ୍ରକାରେ କ୍ବାଲିଟି ସାର୍ଟିଫିକେଟ ପ୍ରଦାନ ହୋଇଥିବା ଓଡ଼ିଶାର ଶ୍ରେଷ୍ଠ ୯ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ୯୦ ପ୍ରତିଶତ ଗୁଣବତ୍ତା ରଖି ଚତୁର୍ଥ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି। ଗତ ଦୁଇ ୨ ବର୍ଷ ଧରି ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କାୟାକଳ୍ପ ପୁରସ୍କାର ପାଇଥିବା ବେଳେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ସରକାରଙ୍କ NQAS ପ୍ରକାରେ ଗଞ୍ଜାମ ଜିଲ୍ଲାରେ ଦ୍ଵିତୀୟ ସ୍ଥାନରେ ରହିଅଛି। ଭାରତ ସରକାରଙ୍କ ପକ୍ଷରୁ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଉତ୍ତମ ଗୁଣବତ୍ତା ପୁରସ୍କାର ମିଳିଥିବା ଯୋଗୁଁ ଅଞ୍ଚଳର ବୁଦ୍ଧିଜୀବୀ ବୃନ୍ଦ ମେଡ଼ିକାଲର ଡାକ୍ତର ଓ ସମସ୍ତ କର୍ମଚାରୀ ବୃନ୍ଦ, ଆଶା ଓ ଅଙ୍ଗନୱାଡି କର୍ମୀ ଏବଂ ବୁଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସକ ଓ ବିପିଏମ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here