ଷଣ୍ଢମୂଳ ପଞ୍ଚାୟତ ପରିସରରେ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ

0
449

କୋଦଳା (ନ୍ୟୁଜଏକ୍ସଟ୍ରା/ ଭଞ୍ଜ କିଶୋର ମହାରଣା) : ଆଜି ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ପରିସରରେ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ସୁପରଭାଇଜର ବୈଦ୍ୟନାଥ ଗୌଡ଼ ପ୍ରମୂଖ ଯୋଗଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ, ସୁବିଧା ଏବଂ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଜନସାଧାରଣ ଙ୍କୁ କହିଥିଲେ । ଏଥିରେ ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ରଶ୍ମିତା ବେହେରା, ଷଣ୍ଢମୂଳ ସର୍କଲ ରାଜସ୍ଵ ନିରୀକ୍ଷକ ପ୍ରଦୀପ କୁମାର ଦାଶ, ସହକାରୀ ରାଜସ୍ୱ ନିରୀକ୍ଷକ ଅଭୟ କୁମାର ପ୍ରଧାନ, ଅମିନ ସନ୍ତୋଷ କୁମାର ସେଠୀ, କିରାଣୀ ସଞ୍ଜୟ କୁମାର ସେଠୀ, ଚିନ୍ମୟୀ ବେହେରା, ବନିତା ନାୟକ ସମେତ ତହସିଲ୍ କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ଏବଂ ପଞ୍ଚାୟତ ର କର୍ମଚାରୀ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ । ଏଥିରେ ଘର ପଟା, ମ୍ୟୁଟେସନ, ଗ୍ରାମ କଣ୍ଟକ, ରେଜିଷ୍ଟ୍ରେସନ ଆଦି ସେବା ଜନସାଧାରଣ ଙ୍କୁ ଯୋଗାଇ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here