ଜିରୋ ନାଇଟରେ ପ୍ରମୋଦଙ୍କ ଘରେ ହଜାର ହଜାର ସମର୍ଥକଙ୍କ ଭିଡ଼

0
350

ଗଞ୍ଜାମ:ନେତାଙ୍କ ଘରେ ଜିରୋ ନାଇଟରେ ଭିଡ । କିଏ ଫୁଲତୋଡା ଦେଉଛି ତ’ ଆଉ କୋଳେଇ ନେଉଛି । ଏମିତି କିଛି ଦେଖିବାକୁ ମିଳିଛି ଯୁବ ନେତା ପ୍ରମୋଦ ପଣ୍ଡାଙ୍କ ଘରେ । ହଜାର ହଜାର ସମର୍ଥକଙ୍କୁ ଗହଣରେ ଜିରୋ ନାଇଟ ସେଲିବ୍ରେଶନ କରିଛନ୍ତି ବିଜେଡି ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା । ନିଜ ନେତାଙ୍କୁ ଶୁଭେଛା ଜଣାଇବା ପାଇଁ ଲାଗିଥିଲା ଲମ୍ବା ଲାଇନ। ସୁସ୍ୱାଦୁ ଭୋଜନ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମସ୍ତେ ଝୁମିଥିଲେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଆମର ପ୍ରିୟ ନେତା ପ୍ରମୋଦ ଭାଇ । ସେମାନେ ତାଙ୍କ ନେତା ପ୍ରମୋଦଙ୍କ ସହ ଏ ନୂତନ ବର୍ଷକୁ ସ୍ବାଗତ ଜଣାଇବା ପାଇଁ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଚାହିଁ ରହିଥିଲେ । ଅନ୍ୟପଟେ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରମୋଦ ।

LEAVE A REPLY

Please enter your comment!
Please enter your name here