ବ୍ରହ୍ମପୁର ବନଖଣ୍ଡରେ ରକ୍ତଦାନ ଶିବିର, ୩୧ ୟୁନିଟ ରକ୍ତ ସଗୃହିତ

0
204

ବ୍ରହ୍ମପୁର :ସ୍ଥାନୀୟ କୋର୍ଟପେଟା ସ୍ଥିତ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ପ୍ରେରଣାରେ ଆୟୋଜିତ ରକ୍ତଦାନ ଶିବିରରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରକ୍ତଦାନ ଶିବରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ବନଖଣ୍ଡି ଅଧିନରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଙ୍ଗ କର୍ମଚାରୀମାନେ ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୩୧ ୟୁନିଟ ରକ୍ତ ସଗୃହିତ ହୋଇଥିବା ବେଳେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର, ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ, ଅତିରିକ୍ତ ବନ ସଂରକ୍ଷକ ଡ ରୁଦ୍ର ପ୍ରସାଦ ରଥ, ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁ ଏମକେସିଜି ମେଡିକାଲ ରକ୍ତ ଭଣ୍ଡାରର କର୍ମଚାରୀମାନେ ଆସି ରକ୍ତ ସଂଗ୍ରହ କରିଥିବା ବେଳେ ବ୍ରହ୍ମପୁର ବନଖଣ୍ଡ ଆଉଟସୋର୍ସିଙ୍ଗ ବନ କର୍ମଚାରୀ ସଂଘର ସମସ୍ତ ସଦସ୍ୟମାନେ ଶିବିର ପରିଚାଲଣାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here