ଆମ୍ବଗଡ ସମବାୟ ସେବା ସମିତିରେ ଧାନମଣ୍ଡି ଉଦଘାଟିତ

0
151

ଗଞ୍ଜାମ: ଦିଗପହଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଦକ୍ଷିଣପୁର ଗ୍ରାମପଞ୍ଚାୟତର ଆମ୍ବଗଡ ସେବା ସମବାୟ ସମିତି ଲିଃର ସଭାପତି କାହ୍ନୂ ଚରଣ ପାତ୍ର ଧାନମଣ୍ଡି ଶୁଭାରମ୍ଭ କରାଗଲା ।ଏହି କାର୍ଯ୍ୟକ୍ରମରେ ଯୋଗାଣ ନିରୀକ୍ଷକ ଧିରେନ୍ ସାହୁ ମୁଖ୍ୟ ଅତିଥି , ପଣ୍ଡିଆଝୋଳି ସେବା ସମବାୟ ସମିତି ଲିଃର ସଭାପତି ବୃନ୍ଦାବନ ଖଟେଇ , ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ମିଲ ମାଲିକ ରବୀନ୍ଦ୍ର ନାଥ ବିଶ୍ଵାଳ ଯୋଗଦାନ କରି ଚାଷୀ ମାନଙ୍କୁ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଚାଷୀଙ୍କ ଠାରୁ କିପରି ସୁରୁଖୁରୁରେ ଧାନ କିଣାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦାନନ୍ଦ ଷଣ୍ଡ ,ମାମି ପଣ୍ଡା , ସଜନୀ ବେହେରା ,ପ୍ରୁଥିବିରାଜ ପାଇକ, ସନ୍ଦୀପ ସାହୁ , ସତ୍ୟ ମହାଙ୍କୁଡ଼ , ଗଦାଧର ସାହୁ , ପଙ୍କଜ ସାହୁ , ରଞ୍ଜିତ ସାହୁ , ମଙ୍ଗଳୁ ବେହେରା , କେ ଭୁଲା ପାତ୍ର , ବି ଜାଗାୟା ପାତ୍ର, ବି ଗଣେଷ ପାତ୍ର , ଭଗବାନ ମହାରଣା , ବାବୁ ସାମଲ , ଗଣପତି ଦଳେଇ , ରବୀନ୍ଦ୍ର ବିଷୋୟୀ , କୃଷ୍ଣ ସେଠୀ ,ରମେଶ ଚନ୍ଦ୍ର ସାହୁ, ରଞ୍ଜିତ ସାହୁ , ମନୋଜ କୁମାର ଦାସ , ରିଟୁ ଦାସ ,ସୁରେନ୍ଦ୍ର ଦାସ , ପି ଈଶ୍ୱର ପାତ୍ର, ମିହିର ଡାକୁଆ , ପ୍ରମୁଖ ଏଥିରେ ସହଯୋଗ କରିଥିଲେ ଓ ଗ୍ରାମର ଅନେକ ଚାଷୀ ଉପସ୍ଥିତ ଥିଲେ l ସମ୍ପାଦକ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିଥିଲେ।

LEAVE A REPLY

Please enter your comment!
Please enter your name here