ପୂର୍ବତନ ଉପଦେଷ୍ଟାଙ୍କ ଦେହାନ୍ତରେ ବିଶ୍ଵକର୍ମା ସମାଜ ପକ୍ଷରୁ ଶୋକସଭା

0
213

ବୁଗୁଡା : ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ପକ୍ଷରୁ ବାଲିପଦରସ୍ଥିତ ବିଶ୍ଵକର୍ମା ଭବନରେ ପୂର୍ବତନ ଉପଦେଷ୍ଟା ପ୍ରାଣକୃଷ୍ଣ ମହାରଣାଙ୍କ ଦେହାନ୍ତରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଘୁମୁସର ତାଲୁକା ବିଶ୍ଵକର୍ମା ସମାଜର ସଭାପତି ସୂର୍ଯ୍ୟନାରାୟଣ ମହାରଣାଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୨୫ ତାରିଖ ଦିନ ଶୋକସଭା ଅନୁଷ୍ଠିତ ହୋଇଥିଲା। ରାଜଶ୍ରୀ ପ୍ରଭାକର ମହାରଣା, ଉପଦେଷ୍ଟା ରାଜେନ୍ଦ୍ର ମହାରଣା, ହରି ମୋହନ ମହାରଣା, ସମ୍ପାଦକ ସନ୍ୟାସୀ ମହାରଣା, ତାଲୁକା ସଭ୍ୟ ବସନ୍ତ ମହାରଣା, ଶିବ ପ୍ରସାଦ ମହାରଣା, ଗଣପତି ମହାରଣା, କୃଷ୍ଣଚନ୍ଦ୍ର ମହାରଣା, ନିରଞ୍ଜନ ମହାରଣା, ସନ୍ତୋଷ ମହାରଣା, ସରୋଜ ମହାରଣା, ବନବାସୀ ମହାରଣା ପ୍ରମୁଖ ଏହି ଶୋକସଭାରେ ଯୋଗଦେଇ ସ୍ବର୍ଗତ ପ୍ରାଣକୃଷ୍ଣ ମହାରଣାଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିଥିଲେ। ଏହାପରେ ସ୍ବର୍ଗତ ପ୍ରାଣକୃଷ୍ଣ ମହାରଣାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ସ୍ବର୍ଗତ ପ୍ରାଣକୃଷ୍ଣ ମହାରଣାଙ୍କ ଗୁଣଗାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here